ଓଡ଼ିଶାଲାଇଭ୍ ବ୍ୟୁରୋ

 କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ସଂସଦରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି। ଜାଣନ୍ତୁ କ’ଣ ରହିଛି ଏଥର ବଜେଟରେ। 

ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି। ପୂର୍ବ ବର୍ଷ ଭଳି ଏ ବର୍ଷର ବଜେଟ୍ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଆକାରରେ ଉପସ୍ଥାପନା କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍।

“ଭାରତୀୟ ଅର୍ଥନୀତି ସଠିକ୍ ପଥରେ ଅଛି ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଯାଉଛି। କରୋନା ମହାମାରୀ ସମୟରେ ଆମେ ୨୮ ମାସ ଯାଏଁ  ୮୦ କୋଟି ଭାରତୀୟଙ୍କୁ ଖାଦ୍ୟ ଯୋଗାଇଛୁ। ସମସ୍ତଙ୍କ ସହଯୋଗରେ ଆମେ ଭାରତକୁ ଆଗକୁ ନେବୁ। ଏହି ବଜେଟ୍ ଭାରତକୁ ଏକ ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ଭାବେ ଗଢିତୋଳିବାର ଭିତ୍ତିଭୂମି ପ୍ରସ୍ତୁତ କରିବ”,କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

କୃଷି କ୍ଷେତ୍ର ପାଇଁ ଚଳିତ ବଜେଟରେ ଦିଆଯିବ ପ୍ରାଥମିକତା

ପ୍ରଧାନମନ୍ତ୍ରୀ କିଶାନ ଯୋଜନା ଅଧୀନରେ ସରକାର ଚାଷୀମାନଙ୍କୁ ୨.୨ ଲକ୍ଷ କୋଟି ଟଙ୍କା ନଗଦ ପ୍ରଦାନ କରାଯାଇଛି। ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା କରାଯିବ। ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’। ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟଚାଷ ପାଇଁ ଦେଶରେ ଦିଆଯାଉଥିବା କୃଷି ଋଣକୁ ୨୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବ।

ଭାରତର ଅର୍ଥନୀତିର ୭ ପ୍ରତିଶତ ଦରରେ ଅଗ୍ରଗତି କରିବ 

ଭାରତ ଏବେ ସମଗ୍ର ବିଶ୍ଵର ପଞ୍ଚମ ବୃହତ ଅର୍ଥବ୍ୟବସ୍ଥା। ଭାରତର ପ୍ରତି ବ୍ୟକ୍ତି ଆୟ ୧ ଲକ୍ଷ ୯୭ ହଜାରରେ ପହଞ୍ଚିଛି। ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍ କରୋନା ଟିକା ଦିଆଯାଇଛି। ୯.୬ କୋଟି ଏଲ୍‌ପିଜି କନେକ୍ସନ ଦିଆଯାଇଛି।

 

 

 

Comment