ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ(ଏମଏସଏମଇ) ଅନଲାଇନରେ ସରକାରଙ୍କ ପାଖରେ ନିଜର ଅଭିଯୋଗ କରିପାରିବେ। ଏଣିକି ଏହି ଉଦ୍ୟୋଗୀମାନେ ଓଡ଼ିଶା ସରକାରଙ୍କ ଜନଶୁଣାଣି ପୋର୍ଟାଲ janasunani.odisha.gov.inରେ ନିଜର ଅଭିଯୋଗ ଦାଖଲ କରିପାରିବେ। ଏନେଇ ସୋମବାର ଏମଏସଏମଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହାଛଡ଼ା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ସମସ୍ୟାର ସମାଧାନ ପାଇଁ ‘ଏମଏସଏମଇ କନେକ୍ଟ’ ନାମରେ ଏକ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଟର ବ୍ୟବସ୍ଥା କରାଯିବ। ଏଠାରେ ପ୍ରତିମାସର ଏକ ନିର୍ଦିଷ୍ଟ ସମୟରେ ଜିଲ୍ଲାପାଳ ଏମଏସଏମଇମାନଙ୍କର ଅଭଯୋଗର ଶୁଣାଣି କରି ସେଗୁଡ଼ିକର ସମାଧାନ କରିବେ।

ଜନଶୁଣାଣି ପୋର୍ଟାଲ ମାଧ୍ୟମରେ ‘ଏମଏସଏମଇ’ ଉଦ୍ୟୋଗୀମାନେ ନିଜର ଅଭିଯୋଗକୁ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ତଥା ଏମଏସଏମଇ ବିଭାଗକୁ ପଠାଇପାରିବେ। ଜନଶୁଣାଣି ପୋର୍ଟାଲରେ ଦାଖଲ ହୋଇଥିବା ବାସ୍ତବ ଅଭିଯୋଗକୁ ଅଗ୍ରାଧିକାର ଦିଆଯାଇ ସମାଧାନ କରାଯିବ।

ପୂର୍ବରୁ ଜନଶୁଣାଣି ପୋର୍ଟାଲରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ମାସ ଆରମ୍ଭରୁ ନିର୍ଦିଷ୍ଟ ତାରିଖ ଘୋଷଣା କରାଯାଉଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଏଥିଲାଗି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି।

Tags: #MicroSmallMediumEnterprises #MSME #JanasunaniPortal #GovtofOdisha

LEAVE A REPLY

Please enter your comment!
Please enter your name here