ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିର ନୂଆ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ ପାଇଛି। ରାଜ୍ୟର ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କୁ ସୋମବାର ଦିନ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ଟି ଜିଲ୍ଲାର ଦାୟିତ୍ଵ ମିଳିଥିବାବେଳେ ଯୋଗାଣ ଓ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଦୁଇଟି ଲେଖାଏଁ ଜିଲ୍ଲାର ଦାୟିତ୍ଵ ମିଳିଛି।

ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଏବଂ ରାୟଗଡ଼ା ଜିଲ୍ଲା ଦାୟିତ୍ଵ ଦିଆଯାଇଛି। କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ପାଇଁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଯୁକ୍ତ କରାଯାଇଥିବାବେଳେ ବାଲେଶ୍ଵର ଜିଲ୍ଲା ଦାୟିତ୍ଵ ମିଳିଛି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ।

ଏହା ସହିତ ସୁଧୀର କୁମାର ସାମଲଙ୍କୁ ବରଗଡ଼ ଜିଲ୍ଲା ପାଇଁ ନିଯୁକ୍ତି ମିଳିଥିବାବେଳେ ପ୍ରତାପ ଜେନାଙ୍କୁ ଭଦ୍ରକ, ସୁଶାନ୍ତ ସିଂଙ୍କୁ ବଲାଙ୍ଗୀର, ଅମରେଶ ଜେନାଙ୍କୁ ଦେବଗଡ଼ ଏବଂ ପ୍ରଫୁଲ ମଲ୍ଲିକଙ୍କୁ କଟକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ଡକ୍ଟର ଅରୁଣ କୁମାର ସାହୁଙ୍କୁ ଗଜପତି ଜିଲ୍ଲା, ବିଜୟ ନାୟକଙ୍କୁ କନ୍ଧମାଳ ଜିଲ୍ଲା, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରପଡ଼ା, ରବୀନ୍ଦ୍ର କୁମାର ଜେନାଙ୍କୁ ଖୋର୍ଦ୍ଧା ଜିଲ୍ଲା ଏବଂ ଈଶ୍ଵର ପାଣିଗ୍ରାହୀଙ୍କୁ ନବରଙ୍ଗପୁର ଜିଲ୍ଲା ଦାୟିତ୍ଵ ମିଳିଛି। ଏହା ସହିତ ପଦ୍ମନାଭ ବେହେରାଙ୍କୁ ନୟାଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିବାବେଳେ ସ୍ନେହାଙ୍ଗିନୀ ଛୁରୀଆଙ୍କୁ ନୂଆପଡ଼ା, ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ପୁରୀ ଓ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଦାୟିତ୍ଵ ଦିଆଯାଇଛି।

ପ୍ରଣବ ବଳବନ୍ତରାୟଙ୍କୁ କଳହାଣ୍ଡି, ପ୍ରଦୀପ କୁମାର ଅମାତଙ୍କୁ ଗଞ୍ଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯାଜପୁର, ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡ଼ା, ପ୍ରଶାନ୍ତ ମୁଦୁଲିଙ୍କୁ ମୟୂରଭଞ୍ଜ ଏବଂ ଦେବେଶ ଆଚାର୍ଯ୍ୟଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସଭାପତି।

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ସବୁ ଜିଲ୍ଲାରେ ନିଜର ସ୍ଥିତି ସୁଦୃଢ଼ କରିବା ଲାଗି ଦଳ ପକ୍ଷରୁ ପର୍ଯ୍ୟବେକ୍ଷକମାନଙ୍କୁ ଦାୟିତ୍ଵ ଦିଆଯାଇଛି। ସୋମବାର ଦିନ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇବା ପରେ ଏଥିରେ କିଛିଟା ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଛି।

ପୂର୍ବରୁ ପର୍ଯ୍ୟବେକ୍ଷକ ଦାୟିତ୍ଵରେ ଥିବା ୪ ଜଣ ନେତାଙ୍କୁ ନୂଆ ତାଲିକାରୁ ବାଦ ଦିଆଯାଇଥିବାବେଳେ କିଛି ନୂଆ ଚେହେରା ସାମିଲ ହୋଇଛନ୍ତି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ପୂର୍ବରୁ ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵରେ ଥିବା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଆଉ ୨ଟି ଜିଲ୍ଲାର ଦାୟିତ୍ଵ ମିଳିଛି। ଆଗାମୀ ନିର୍ବାଚନକୁ ଦେଖି ଏହି ପରିବର୍ତ୍ତନ କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #Observer #BJD #ObserversAppoints

Comment