ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଅଶୋକ ମିଶ୍ର ଏବେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ନାହାନ୍ତି। ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ପାଇଁ ପୂର୍ବରୁ ଅଶୋକ ମିଶ୍ରଙ୍କ ନାମ ଚର୍ଚ୍ଚା ହେଉଥିଲା। କଂଗ୍ରେସ ପକ୍ଷରୁ ତାଙ୍କ ସ୍ଥାନରେ ତରୁଣ ପାଣ୍ଡେଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରଯାଇଥିଲା।

ଅଶୋକ ମିଶ୍ର ଉପନିର୍ବାଚନ ପାଇଁ କଂଗ୍ରେସରୁ ଟିକେଟ ନପାଇ ଅସନ୍ତୁଷ୍ଟ ଥିଲେ। ଏହି କାରଣରୁ ସେ  ନିଜ ସଭାପତି ପଦରୁ ଇସ୍ତଫା ଦେଇଥାଇପରନ୍ତି ବୋଲି ସାଧରଣରେ ଚର୍ଚ୍ଚା ହେଉଛି।

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ ଏପ୍ରିଲ ମାସରେ ରାଜ୍ୟ କଂଗ୍ରେସର ୫ ଜଣିଆ ଦଳ ଝାରସୁଗୁଡ଼ା ଯାଇ କିଏ ଦଳୀୟ ପ୍ରାର୍ଥୀ ହେବ ସେ ନେଇ ବୈଠକ କରିଥିଲେ। ଜିଲ୍ଲା କଂଗ୍ରେସ କର୍ମୀ ଓ ଅନ୍ୟ ନେତାଙ୍କ ସହ ଅଲୋଚନା କରି ଶେଷରେ ତରୁଣ ପାଣ୍ଡେଙ୍କୁ ଟିକେଟ ଦିଆଯାଇଥିଲା ଆଶାୟୀ ତାଲିକାରେ ଥାଇ ମଧ୍ୟ ଜିଲ୍ଲା ସଭାପତି ଅଶୋକ ମିଶ୍ରଙ୍କୁ ଦଳ ଟିକେଟ ମିଳିନଥିଲା।

ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ୯ ଦିନ ଥିବାବେଳେ ଏବେ ସବୁ ଦଳ ନିଜର ପ୍ରଚାର ଅଭିଯାନକୁ ବ୍ୟାପକ କରିଛନ୍ତି। ସବୁ ଦଳର ବରିଷ୍ଠ ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଘର ଘର ବୁଲି ଭୋଟ ମାଗୁଛନ୍ତି। ତେବେ ଏହି ସମୟରେ କଂଗ୍ରେସର ଜିଲ୍ଲା ସଭାପତି ନିଜ ପଦରୁ ଇସ୍ତଫା ଦେବା ଦଳ ପାଇଁ ଚିନ୍ତାର କାରଣ ସାଜିବ।

Tags: #JharsugudaByElection #Congress #DistrictPresident #Resignation #OdishaPolitics

Comment