ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାର ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବା ନେଇ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି।

ଶରଦ ପାୱାରଙ୍କ ଏହି ଘୋଷଣା ପରେ ଦଳର ବରିଷ୍ଠ ନେତା ଏବଂ କର୍ମକର୍ତ୍ତାମାନେ ପାୱାରଙ୍କୁ ମନାଇବାକୁ ଉଦ୍ୟମ କରୁଛନ୍ତି।

ଶରଦ ପାୱାର କହିଛନ୍ତି, “ଦୀର୍ଘ ବର୍ଷ ଧରି ଦଳରେ ଗୁରୁତ୍ଵପୂର୍ଣ୍ଣ ପଦବୀରେ କାମ କରିବାର ସୁଯୋଗ ମିଳିଲା। ଏ ବୟସରେ ଏହି ପଦବୀ ଆଉ ସମ୍ଭାଳିବାକୁ ଚାହୁଁନାହିଁ। ଏହି ପଦବୀ ସମ୍ଭାଳିବାକୁ କାହାକୁ ଆଗକୁ ଆସିବାକୁ ହେବ। ଏବେ ଦଳର ଅଧ୍ୟକ୍ଷ କିଏ ହେବେ ଦଳର ନେତାମାନଙ୍କୁ ହିଁ ନିଷ୍ପତ୍ତି କରିବାକୁ ପଡ଼ିବ।”

ପାୱାରଙ୍କ ଏହି ଘୋଷଣା ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ, ତାଙ୍କ ପୁତୁରା ଅଜିତ ପାୱାର ଏନସିପିର କିଛି ବିଧାୟକଙ୍କୁ ସାଙ୍ଗରେ ନେଇ ବିଜେପିରେ ସାମିଲ ହେବାକୁ ପ୍ରସ୍ତୁତ ହେଉଛନ୍ତି।

ଶରଦ ପାୱାର ୧୯୯୯ ମସିହାରେ ଏନସିପି ଗଠନ ସମୟରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଛନ୍ତି। ଗତ ବର୍ଷ ତାଙ୍କୁ ୪ ବର୍ଷ ପାଇଁ ଅଧ୍ୟକ୍ଷ ଭାବେ ପୁଣି ନିର୍ବାଚିତ କରାଯାଇଥିଲା।

Tags: #Politics #IndianPolitics #NCPChiefSharadPawarResigns

Comment