ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଯୋଗୁଁ ଏବେ ସାରା ଦେଶରେ ଦୁଃଖର ବାତାବରଣ ଖେଳିଯାଇଛି। ଏହି ଟ୍ରେନ ଟ୍ରାଜେଡିକୁ ନେଇ ଏବେ ସାରା ବିଶ୍ୱରୁ ଶୋକର ବାର୍ତ୍ତା ଆସୁଛି। ଅନେକ ଦେଶର ରାଷ୍ଟ୍ରପତି, ପ୍ରାଧାନମନ୍ତ୍ରୀ ଶୋକବର୍ତ୍ତା ପଠାଉଛନ୍ତି। ଦେଶ ବିଦେଶର ଅନେକ ସେଲିବ୍ରିଟିମାନେ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।
ଏହି କ୍ରମରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ତାଇୱାନର ରାଷ୍ଟ୍ରପତି ସାଇ ଇଙ୍ଗ ୱେନଙ୍କ ଭଳି ରାଷ୍ଟ୍ରମୁଖ୍ୟମାନେ ଶୋକ ପ୍ରକାଶ କରିଛନ୍ତି। ସେମାନେ ଏହାଛଡ଼ା ଅନେକ ରାଷ୍ଟ୍ରମୁଖ୍ୟ ତାଙ୍କ ଶୋକବାର୍ତ୍ତା ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି।
“ଓଡ଼ିଶାରେ ହୋଇଥିବା ଏହି ଟ୍ରେନ ଦୁର୍ଘଟଣାରେ ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ଦୁଃଖରେ ଆମେ ଅଂଶୀଦାର ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ’ କହିଛନ୍ତି ଭ୍ଲାଦିମିର ପୁଟିନ।
The message reads, in part:
“We share the grief of those who lost their loved ones in this tragic accident, and wish a speedy recovery for those injured.” https://t.co/d6y5tyR8wP— Russia in India 🇷🇺 (@RusEmbIndia) June 3, 2023
“ଭାରତର ଓଡ଼ିଶାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଯେଉଁ ଚିତ୍ର ସବୁ ଆସୁଛି, ସେଗୁଡ଼ିକ ମୋର ହୃଦୟକୁ ଭାଙ୍ଗି ଦେଇଛି। ଯେଉଁମାନେ ତାଙ୍କ ପରିବାରର ସଦସ୍ୟଙ୍କୁ ହରାଇଲେ ସେମାନଙ୍କୁ ପାଇଁ ମୁଁ ମୋ ସମବେଦନା ଜଣାଉଛି। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଁ କାମନା କରୁଛି”, କହିଛନ୍ତି ଜଷ୍ଟିନ ଟ୍ରୁଡୋ
The images and reports of the train crash in Odisha, India break my heart. I’m sending my deepest condolences to those who lost loved ones, and I’m keeping the injured in my thoughts. At this difficult time, Canadians are standing with the people of India.
— Justin Trudeau (@JustinTrudeau) June 3, 2023
“ଓଡ଼ିଶାରେ ହୋଇଥିବା ରେଳ ଦୁର୍ଘଟଣାରେ ଅନେକ ମୁଲ୍ୟବାନ ଜୀବନର ହାନି ହେବା ମତେ ବ୍ୟଥିତ କରିଛି। ମୁଁ ସମସ୍ତ ଜାପାନବାସୀଙ୍କ ତରଫରୁ ଭାରତର ଲୋକ ଓ ସରକାରଙ୍କୁ ସମବେଦନା ଜଣାଉଛି”, କହିଛନ୍ତି ଫୁମିଓ କିସିଦା।
ଭାରତରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ସମସ୍ତ ପୀଡ଼ିତଙ୍କ ପାଇଁ ମୁଁ ପ୍ରର୍ଥନା କରୁଛି। ମୃତକଙ୍କ ପରିବାର ପ୍ରତି ହୃଦୟରୁ ସମବେଦନା ଜଣାଉଛି। ଆଶା କରୁଛି ଯେ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ଦ୍ଵାରା ଆହୁରି ପୀଡ଼ିତଙ୍କ ଜୀବନ ରକ୍ଷା ହେବ”, କହିଛନ୍ତି ସାଇ ଇଙ୍ଗ ୱେନ
Praying for everyone affected by the train accident in India. I extend my heartfelt condolences to the victims and their families, and hope that rescue operations can save all those in need.
— 蔡英文 Tsai Ing-wen (@iingwen) June 3, 2023
ସେହିପରି ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ପେନି ୱଙ୍ଗ, ଜାତି ସଂଘ ସାଧରଣ ପରିଷଦର ଅଧ୍ୟକ୍ଷ କାସବା କୋରୋସି, ଶ୍ରୀଲଙ୍କାର ବିଦେଶ ମନ୍ତ୍ରୀ ଅଲ୍ଲୀ ସାବ୍ରି ଭାରତରେ ଆମେରିକୀୟ ରାଜଦୂତ ଏରିକ୍ ଗାର୍ସେଟି, ମାଳଦ୍ଵୀପର ବିଦେଶ ମନ୍ତ୍ରୀ ଅବଦୁଲ୍ଲା ସାହିଦ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ମଧ୍ୟ ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ଟ୍ଵିଟ କରି ଶୋକ ପ୍ରକାଶ କରିଛନ୍ତି। ଏହାବ୍ୟତୀତ, ଭାରତରେ ତୁର୍କୀ, ଚାଇନା ଓ ଅନ୍ୟାନ୍ୟ ଦେଶର ଦୂତାବାସ ପକ୍ଷରୁ ଏହି ଘଟଣାର ପ୍ରତି ଶୋକ ପ୍ରକାଶ କରାଯାଇଛି।
ଅନ୍ୟପଟେ ବଲିଉଡ ଅଭିନେତା ସଲମାନ ଖାନ, ଅକ୍ଷୟ କୁମାର, ଅଭିନେତା ଜୁନିୟର ଏନଟିଆର୍, ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ, କ୍ରିକେଟର ବିରାଟ କୋହଲୀ, ଶିଖର ଧୱନ ଓ ଅନ୍ୟ ସେଲିବ୍ରେଟିମାନେ ମଧ୍ୟ ବାହାନଗା ଟ୍ରାଜେଡିକୁ ନେଇ ଟ୍ଵିଟରରେ ଶୋକ ପ୍ରକାଶ କରିଛନ୍ତି।
Tags: #BahangaTraintragedy #TrainAccidentinOdisha #TrainMishap #IndianRailways











