ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ଦିଲ୍ଲୀ ସ୍ଥିତ ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାଁ ବଦଳିଲା। ଏଣିକି ଏହାକୁ ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ନାଁରେ ଜଣାଯିବ।

ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ସୋସାଇଟିର ଏକ ସ୍ଵତନ୍ତ୍ର ବୈଠକରେ ଏହାର ନାମ ପରିବର୍ତ୍ତନ କରାଯାଇ ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ମୂର୍ତ୍ତି ଭବନ ପରିସରରେ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କୁ ସମର୍ପିତ କରି ଗୋଟିଏ ସଂଗ୍ରାହଳୟ ସ୍ଥାପନ କରିବାକୁ ପ୍ରସ୍ତାବ ରଖିଥିଲେ। ୨୦୧୬ ନଭେମ୍ବର ୨୫ ତାରିଖରେ ଅନୁଷ୍ଠିତ ଏନଏମଏମଏଲର ୧୬୨ ତମ କାର୍ଯ୍ୟକାରୀ ପରିଷଦ ବୈଠକରେ ଏହାକୁ ମଞ୍ଜୁରି ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଏହି ପ୍ରକଳ୍ପ ପୂର୍ଣ୍ଣ ହୋଇ ୨୦୨୨ ଏପ୍ରିଲ ୨୧ ତାରିଖରେ ସର୍ବସାଧାରଣଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଖୋଲାଯାଇଛି।

ଭାରତ ପାଇଁ ପ୍ରଧାନମନ୍ତ୍ରୀମାନଙ୍କର ଯୋଗଦାନ ଗୁରୁତ୍ଵପୂର୍ଣ୍ଣ ରହିଛି। ସେମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ମ୍ୟୁଜିୟମର ନାଁ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି।

Tags: #NehruMemorialMuseumAndLibrarySocietyRenamed #PrimeMinisterMuseum #Politics #IndianPolitics

Comment