ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆଖିଧରାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦ୍ରୁତଗତିରେ ବ୍ୟାପୀବାକୁ ଲାଗିଛି ଆଖିଧରା ରୋଗ। ଖାସ କରି ସ୍କୁଲଗୁଡ଼ିକରେ ଆଖିଧରା ରୋଗ ଅଧିକ ବ୍ୟାପୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଅଭିଭାବକ। କିଛି ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ଛାଡ଼ୁ ନଥିବାବେଳେ ଆଉ କିଛି ଡରି ଡରି ପିଲାଙ୍କୁ ସ୍କୁଲ ଛାଡ଼ୁଛନ୍ତି।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ସମସ୍ତ ସ୍କୁଲକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶାବଳୀ ଜାରି କରାଯାଇପାରେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ଏହା ପୂର୍ବରୁ ଆଖିଧରାକୁ ନେଇ ଗତ ଜୁଲାଇ ୬ ତାରିଖରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା।

Tags: #EyeRedness #GuidelineForEyeRedness #DoctorsAdvice #HealthCare #OdiaHealthTips

Comment