ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସର କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କୁ ଶନିବାର ଦିନ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସର ଏହି ଦୁଇ ବରିଷ୍ଠ ନେତାଙ୍କୁ ନିଲମ୍ବିତ କରିଛି ଏଆଇସିସି ଶୃଙ୍ଖଳା କମିଟି।

କିଛି ମାସ ପୂର୍ବରୁ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କ ଦଳ ବିରୋଧୀ କାର୍ଯ୍ୟକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ। ଏହା ପରେ ଦଳ ପକ୍ଷରୁ ଦୁଇ ବରିଷ୍ଠ ନେତାକୁ କାରଣ ଦର୍ଶଅ ନୋଟିସ ଜାରି କରାଯାଇଥିଲା। କିନ୍ତୁ ଉଭୟଙ୍କ ପକ୍ଷରୁ ଦିଆଯାଇଥିବା ଉତ୍ତର ସନ୍ତୋଷଜନକ ନଥିବାରୁ ଶନିବାର ଦିନ ଏଆଇସିସି ଶୃଙ୍ଖଳା କମିଟି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Tags: #Politics #OdishaPolitics #Congress #MahammadMoquim #ChiranjibBiswal

Comment