ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରେଳବାଇ ପକ୍ଷରୁ ପଶ୍ଚିମାଞ୍ଚଳ ରେଳ (ଡବ୍ଲୁଆର) ଡିଭିଜନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩୬୨୪ଟି ପଦବୀ ପୂରଣ ହେବ।

ଏହି ପଦବୀରେ ନିଯୁକ୍ତି ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଜୁଲାଇ ୨୬ ଆବେଦନ ପ୍ରକ୍ରିୟାର ଶେଷ ତାରିଖ।

ଯଦି ଆପଣମାନେ ରେଲୱେରେ ଚାକିରି କରିବା ନିମନ୍ତେ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ରେଲୱେ ଆପ୍ରେଣ୍ଟିସ (ଟେକ୍ନିକାଲ) – ୩୬୨୪

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୨୪ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଅତିକମରେ ମାଟ୍ରିକ ପାସ କରିଥିବା ଆବଶ୍ୟକ
  • ସେମାନେ ମାଟ୍ରିକ୍‌ରେ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
  • ପ୍ରାର୍ଥୀମାନେ କୌଣସି ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଆଇଟିଆଇ ପାସ୍‌ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କ ଉଭୟ ମାଟ୍ରିକ୍ ଏବଂ ଆଇଟିଆଇର ଶତକଡ଼ା ନମ୍ବରକୁ ନେଇ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ।  ଏହାପରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂ ଦିଆଯିବ। ଏହି ସମୟରେ ପ୍ରାର୍ଥୀମାନଙ୍କୁ ଷ୍ଟାଇପେଣ୍ଡ ଦିଆଯିବ। ପରେ ଯୋଗ୍ୟତା ଅନୁସାରେ ସେମାନଙ୍କୁ ନିଯୁକ୍ତି ଦିଆଯିବ।

କେମିତି କରିବେ ଆବେଦନ

  • ପଶ୍ଚିମାଞ୍ଚଳ ରେଳର ୱେବସାଇଟ୍ rrc-wr.comକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ‘ଆପ୍ରେଣ୍ଟିସ’ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ସେଠାରେ ଲଗ ଇନ କରନ୍ତୁ
  • ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ରେଲୱେର ଏହି ଆପ୍ରେଣ୍ଟିସନିଯୁକ୍ତି ଆବେଦନ ନିମନ୍ତେ ଅଣସରଂକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି। ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଏହି ନିଯୁକ୍ତି ପାଇଁ କେବେ ମେରିଟ ଲିଷ୍ଟ ବାହାରିବ, ସେ ନେଇ ଭାରତୀୟ ରେଳବାଇ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପଦବୀର ଅଧିକ ସୂଚନା ପଶ୍ଚିମାଞ୍ଚଳ ରେଳ ଡିଭିଜନର ୱେବସାଇଟରେ ଉପଲବ୍ଧ।

Tags: #IndianRailways #ApprenticeRecruitment #WesternRailway #Employment

Comment