ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ସୋନପୁରର ସୌରଭ କୁମାର ସ୍ଵାଇଁ। ତୃତୀୟ ଚେଷ୍ଟାରେ ୧୦୪ ରାଙ୍କରେ ରହି ତାଙ୍କୁ ମିଳିଛି ଏହି ସଫଳତା। ପୂର୍ବରୁ ଦୁଇଥର ଚେଷ୍ଟା କରି ବିଫଳ ହେବା ପରେ ମଧ୍ୟ ହାର ମାନି ନଥିଲେ ସୌରଭ। ସେ ନିଜର ପ୍ରସ୍ତୁତି ଜାରି ରଖିଥିଲେ। କଠିନ ପରିଶ୍ରମ ଆଉ ଦୃଢ଼ ମନୋବଳ ତାଙ୍କୁ ଏହି ସଫଳତା ଦେଇଥିବା କହିଛନ୍ତି ସୌରଭ।
ବାରମ୍ବାର ବିଫଳତା ଆଗକୁ ବଢ଼ିବା ପାଇଁ ସୌରଭଙ୍କୁ ପ୍ରେରଣା ଯୋଗାଇଥିଲା। ସେ କୁହନ୍ତି ଜଣେ ମଣିଷର ସଫଳତା ପାଛରେ କେବଳ ତା’ ନିଜର ନୁହେଁ, ଅନେକ ଲୋକଙ୍କର ସହଯୋଗ ରହିଥାଏ। ସମସ୍ତଙ୍କର କିଛି ନା କିଛି ଅନୁଦାନ ରହିଥାଏ।
ଓଏଏସ ଆଶାୟୀ ପ୍ରାର୍ଥୀଙ୍କୁ କୋଚିଂ ଦେଉଥିବା ସୌରଭ ଆଜି ନିଜେ ଓଏଏସ୍ ହେବାର ସଫଳତା ହାସଲ କରିଛନ୍ତି। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି। କୋଭିଡ ମହାମାରୀ ପରଠାରୁ ସେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଓଏଏସ୍ ସୌରଭଙ୍କ ସଫଳତାର କାହାଣୀ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।
Tags: #SuccessStory #SouravKumarSwain #Sonepur #OAS #OCS
















