ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କୁ ଭୁବନେଶ୍ଵର ଆଣି ଶୁକ୍ରବାର ଦିନ ଜେରା କରୁଛି ଭିଜିଲାନ୍ସ ଟିମ୍। ଗୁରୁବାର ଦିନ ଡିଏଫଓଙ୍କ ସରକାରୀ ବାସଭବନ ସହ ୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।

ଚଢ଼ଉ ସମୟରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି। କଟକ ଶ୍ରୀକୋରୁଆଠାରେ ୪ ମହଲା ବିଶିଷ୍ଟ ଅଟ୍ଟାଳିକା ଠାବ କରାଯାଇଛି। ଏହାର ଭୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ଵରର ପଳାଶୁଣିଠାରେ ତିନି ମହଲା ବିଶିଷ୍ଟ କୋଠା, କଳାରାହାଙ୍ଗର ଆଶୀର୍ବାଦ ପ୍ଲାଜାରେ ଫ୍ଲାଟ, କଟକ, ପୁରୀ ଏବଂ ଯାଜପୁରେ ପ୍ରାୟ ୧୬ଟି ମୂଲ୍ୟବାନ ଜମି ଠାବ କରାଯାଇଛି।

ଏହି ଚଢ଼ଉ ବେଳେ ବିଜୟ କୁମାର ପରିଡ଼ାଙ୍କ ଘରୁ ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା ଜବତ କରାଯାଇଛି। ଜବତ ହୋଇଥିବା ବ୍ୟାଙ୍ଗ ଆକାଣ୍ଟରେ ଥିବା ଟଙ୍କା ଏବଂ ବୀମା ଜମା ରାଶିର ହିସାବ କରାଯାଉଛି। ଏହା ସହ ଭୁବନେଶ୍ଵରର କୋଠା ଏବଂ ଫ୍ଲାଟର ମୂଲ୍ୟ ଆକଳନ କରାଯାଉଛି। ସବୁ ହିସାବ ପରେ କୁବେର ବାବୁଙ୍କ ମୋଟ ସମ୍ପତ୍ତିର ପରିମାଣ ଜଣାପଡ଼ିବ ବୋଲି ଭିଜଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

Tags: #VigilanceRaid #RayagadaDFO #VigilanceTrap #VijayKumarParida #Bhubaneswar #Interrogation

Comment