ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କୁ ଗରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗୁରୁବାର ଦିନ ବିଜୟ କୁମାର ପରିଡ଼ାଙ୍କ ରାୟଗଡ଼ା ସ୍ଥିତ ସରକାରୀ ବାସଭବନ ସହ ୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଶୁକ୍ରବାର ଦିନ ତାଙ୍କୁ ଭୁବନେଶ୍ଵର ଅଣାଯାଇ ଜେରା କରାଯାଇଥିଲା।

ଚଢ଼ଉ ସମୟରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରାଯାଇଥିଲା। କଟକ ଶ୍ରୀକୋରୁଆଠାରେ ୪ ମହଲା ବିଶିଷ୍ଟ ଅଟ୍ଟାଳିକା, ଯାହାର ମୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ଵରର ପଳାଶୁଣିଠାରେ ତିନି ମହଲା ବିଶିଷ୍ଟ କୋଠା, କଳାରାହାଙ୍ଗର ଆଶୀର୍ବାଦ ପ୍ଲାଜାରେ ଫ୍ଲାଟ, କଟକ, ପୁରୀ ଏବଂ ଯାଜପୁରେ ପ୍ରାୟ ୧୬ଟି ମୂଲ୍ୟବାନ ଜମି ଠାବ କରାଯାଇଛି।

ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ନିକଟରେ ଆୟଠାରୁ ୨୦୭ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଚଢ଼ଉ ସମୟରେ ଜଣାପଡ଼ିଲା। ଚଉଢ଼ ବେଳେ ନଗଦ ୧ କୋଟି ୨୪ ଲକ୍ଷ ଟଙ୍କା, ୬୫୦ ଗ୍ରାମର ସୁନା ଅଳଙ୍କାଳ ଗୋଟିଏ କାର, ଦୁଇଟି ବାଇକ ଜବତ କରାଯାଇଥିଲା। ଏହା ବ୍ୟତୀତ ବ୍ୟାଙ୍କ ଜମାଖାତା ଏବଂ ବୀମା କମ୍ପାନିରେ ସେ ଅର୍ଥ ଜମା କରିଥିବା ଜଣାପଡ଼ିଛି।

Tags: #VigilanceRaid #RayagadaDFOArrested #VigilanceTrap #VijayKumarParida #Bhubaneswar #Interrogation

LEAVE A REPLY

Please enter your comment!
Please enter your name here