ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବାସି ଭୋଗ ଖାଇ ବୌଦ୍ଧ ଜିଲ୍ଲା ମୂଷାଡ଼ ଗାଁର ପ୍ରାୟ ୬୦ ଜଣ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମଙ୍ଗଳବାର ଦିନ ଶ୍ରୀ ଗଣେଶ ପୂଜାରେ ଚୁଡ଼ାଘଷା ଭୋଗ ହୋଇଥିଲା। ବୁଧବାର ଦିନ ମୂଷାଡ଼ ଗାଁର କିଛି ଲୋକ ଏହି ଭୋଗକୁ ଖାଇଥିଲେ। ଏହା ପରେ ଭୋଗ ଖାଇଥିବା ୬୦ରୁ ଅଧିକ ମହିଳା, ପୁରୁଷ ଏବଂ ଶିଶୁ ଝାଡ଼ାବାନ୍ତିର ଶିକାର ହୋଇଥିଲେ।

ଝାଡ଼ାବାନ୍ତି ନକମିବାରୁ ସମସ୍ତଙ୍କୁ ସ୍ଥାନୀୟ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨୧ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରେ ୧୨ ଜଣ ଶିଶୁ ଏବଂ ୯ ଜଣ ମହିଳା ଅଛନ୍ତି। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

Tags: #Boudh #ShreeGaneshPuja #Peopleill #Bhog #Treatment

LEAVE A REPLY

Please enter your comment!
Please enter your name here