ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଦିନ ବି ଚାଲିପାରିନି ବିଧାନସଭା। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଧାନସଭା ଗୃହରେ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି।
ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହା ପରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ବିଧାୟକମାନେ ପୋଡିୟମ ତଳେ ନାରାବାଜି କରିଥିଲେ। ସମାନ ପରିସ୍ଥିତି ଉପୁଜିବାରୁ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ।
କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ଏବଂ ଏମଏସପି ପ୍ରସଙ୍ଗକୁ ନେଇ ବିଧାନସଭା ଗୃହରେ ବିଜେଡି ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଗୃହକୁ ପ୍ରଥମେ ୫ ମିନିଟ୍ ଏବଂ ପରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
Tags: #OdishaAssemblyMonsoonSession #AssemblyHouseAdjourned #Odisha #Politics

















