ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କକେଶରୀ ଦେଓ ଏବଂ ତାଙ୍କ ପତ୍ନୀ ମାଳବିକା ଦେଓ। ବୁଧବାର ଦିନ ଭୁବନେଶ୍ଵରସ୍ଥିତ ବିଜେପି କାର୍ଯ୍ୟାଳୟରେ ଉଭୟ ଦଳରେ ମିଶିଛନ୍ତି।
ବିଜେପିର ଏହି ମିଶ୍ରଣ ପର୍ବରେ ମଦନପୁର ରାମପୁର ରାଜ ପରିବାରର ତନ୍ମୟ ପ୍ରତାପ ସିଂଦେଓଙ୍କ ବୋହୂ ସଂଯୁକ୍ତା ଦେବୀ ଆଜି ବିଜେପିରେ ସାମିଲ ହୋଇଛନ୍ତି।
ସେହିପରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକର ପୂର୍ବତନ ଅଧ୍ୟକ୍ଷା ରେବତୀ ନାୟକ ଏବଂ ତାଙ୍କ ସ୍ଵାମୀ ସୁଧାଂଶୁ ଶେଖର ନାୟକ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି।
Tags: #Politics #OdishaPolitics #BJP #BJD #Odisha

















