ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଗ୍ରାମୀଣ ୬ ନମ୍ବର ମଣ୍ଡଳ ଏବଂ ବୌଦ୍ଧ ନଗର ୧୦ ନମ୍ବର ମଣ୍ଡଳର ବିଭିନ୍ନ ଗ୍ରାମ ବୁଲି କେନ୍ଦ୍ର ସରକାରଙ୍କ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବରିଷ୍ଠ ବିଜେପି ନେତା ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଲୋକ ବୁଟୁପାଲି ଛକରୁ ବୌଦ୍ଧ ସହରରେ ଥିବା ଚନ୍ଦ୍ରଚୂଡ଼ ମନ୍ଦିରଯାଏଁ ପଦଯାତ୍ରା କରିଥିଲେ।
ମନ୍ଦିର ପାର୍ଶ୍ୱରେ ଥିବା ମହାନଦୀ ଘାଟରେ ସାମୁହିକ ୧୦୧ ଆଳତୀ ଓ ସନ୍ଧ୍ୟା ପ୍ରାର୍ଥନା କରାଯାଇଥିଲା। ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ। ଦିନତମାମ କଳସ ଶୋଭାଯାତ୍ରା ବିଭିନ୍ନ ଗ୍ରାମ ବୁଲିଥିବା ନଜରକୁ ଆସିଥିଲା।
ଶୋଭାଯାତ୍ରା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗର ଗ୍ରାମରୁ ଭବ୍ୟ ସମାରୋହରେ ବାହାରି ଜହ୍ନାପଙ୍କ, ବଲାସିଙ୍ଗା, ଗମ୍ଭାରୀପଦର, ମୁର୍ଷୁଣ୍ଢି, ଟୁଟୁସିଙ୍ଗା, ବୌଦ୍ଧ ସହର ପରିକ୍ରମା କରି ସମସ୍ତ ଦେବାଳୟ ଓ ଘରକୁ ଘର ବୁଲି ବୀରମାନଙ୍କ ଉଦ୍ଦେଶ୍ୟରେ ମୃତ୍ତିକା ସଂଗ୍ରହ କରିଥିଲା। କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ବୌଦ୍ଧ ବିଧାନସଭା ସଂଯୋଜକ ଯୁଗଳ କିଶୋର ସାମଲ ଓ ପ୍ରଭାରୀ ଇଂ ରାକେଶ ତ୍ରିପାଠୀ, ଜିଲ୍ଲା ଉପସଭାପତି ତ୍ରିପୁରାରି ବେହେରାଙ୍କ ସମେତ ଅନେକ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ। ଏଥିସହ ଅନେକ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଯୁବକ, ଛାତ୍ର ଏବଂ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Tags: #politics #odisha #bjp #boudh #momatimodesa