ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ମଣ୍ଡପଗୁଡ଼ିକରେ ଲାଗିଗଲାଣି ଅଘୋଷିତ ପ୍ରତିଯୋଗିତା। କେଉଁଠି ମୂର୍ତ୍ତି ନିର୍ମାଣ ତ ଆଉ କେଉଁଠି ତୋରଣ ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଇଛି।  

ଚଳିତବର୍ଷ ରାଜଧାନୀର ସବୁଠାରୁ ବଡ଼ ମୂର୍ତ୍ତି ନିର୍ମାଣ ହେଉଛି ଗଙ୍ଗନଗରରେ। ଏଥର ଗଙ୍ଗନଗର ପୂଜା କମିଟି ୩୫ ବର୍ଷରେ ପଦାର୍ପଣ କରିଛି। ପ୍ରତିବର୍ଷ ସ୍ୱତନ୍ତ୍ର ପୂଜା ଓ ରାବଣ ପୋଡ଼ି ପାଇଁ ପ୍ରସିଦ୍ଧ ଥିବା ଏହି ମଣ୍ଡପରେ ଚଳିତବର୍ଷ ମା’ଙ୍କର ୨୦ ଫୁଟ ଉଚ୍ଚର ମୂର୍ତ୍ତି ପୂଜାପାଇବ। ଏଥିସହ ରାଜସ୍ଥାନ ପ୍ରାସାଦ ସଦୃଶ ତୋରଣ ନିର୍ମାଣ ହେବ। ଏହାର ଉଚ୍ଚତା ୪୫ ଫୁଟ ରହିଥିବା ବେଳେ ଚଉଡ଼ା ୬୨ ଫୁଟ ରହିଛି। ଚଳିତ ବର୍ଷ ମା’ ଓ ପାର୍ଶ୍ୱ ଦେବାଦେବୀ ରୂପାର ଅଳଙ୍କାର ପରିଧାନ କରିବେ।

ମା’ଙ୍କ ପାଇଁ ସ୍ୱତନ୍ତ୍ର ଭୋଗର ବ୍ୟବସ୍ଥା କରାଯାଇଛି। ସପ୍ତମୀ ଓ ଅଷ୍ଟମୀରେ କାକରା ଓ ଖିରି, ନବମୀରେ ରାମ ଖେଚୁଡ଼ି ଓ ଦଶମୀରେ ଦହି ପଖାଳ ଭୋଗ ଲାଗି କରାଯିବ। ସେହିପରି ଚଳିତବର୍ଷ ବିସ୍ଫୋରକ ବାଣର ବ୍ୟବହାର ନହୋଇ ବିଧିବଦ୍ଧ ଭାବେ ରାବଣ ପୋଡ଼ି ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

ସୁରକ୍ଷାକୁ ଦୃଷ୍ଟିରେ ରଖି ମଣ୍ଡପରେ ୧୦ଟି ସିସିଟିଭି କ୍ୟାମେରା ସମେତ ୨୦ରୁ ୩୦ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ମହିଳା ସ୍ୱେଚ୍ଛାସେବୀମାନେ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ।

Tags: #DurgaPuja #PujaPreparation #GangaNagar #Decoration #Bhubaneswar

LEAVE A REPLY

Please enter your comment!
Please enter your name here