ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’କୁ ମିଳିଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଦିଲ୍ଲୀ ବିଜ୍ଞାନ ଭବନଠାରେ ଆୟୋଜିତ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦେଶକ ଅନୁପମ ପଟ୍ଟନାୟକ।
ବାପ-ପୁଅଙ୍କ ସମ୍ପର୍କକୁ ନେଇ ଏକ ଗଳ୍ପରୁ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ୨୦୨୨ ମସିହା ଡିସେମ୍ବର ମାସରେ ପରଦାକୁ ଆସିଥିଲା। ଚଳଚ୍ଚିତ୍ରଟିର କାହାଣୀ ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁ ପାରିଥିଲା। ଏହି ଚଳଚ୍ଚିତ୍ରର ଲୋକପ୍ରିୟତାକୁ ଦେଖି ବଲିଉଡ ଅଭିନେତା ଅନୁପମ ଖେର ଏହାର ହିନ୍ଦୀ ରିମେକ କରିବାକୁ ଘୋଷଣା କରିଥିଲେ, ଯାହାର କାମ ଏବେ ଚାଲିଛି।
‘ପ୍ରତୀକ୍ଷା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିବା ପରେ ଏହାର ପୂରା ଟିମଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ନିର୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିକଟକୁ ଏବେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
Tags: #Cinema #OdiaCinema #Pratikhya #Nationalfilmaward #entertainment