ଓଡ଼ିଶାଲାଇଭ୍ ବ୍ୟୁରୋ

“ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କୁ ହତ୍ୟା କରାଯାଇ ନାହିଁ। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଛି”, ଭିସେରା ରିପୋର୍ଟ ଆସିବା ପରେ ଏହା କହିଛନ୍ତି ତଦନ୍ତକାରୀ ଅଧିକାରୀ ଡିଏସପି ବନିତା ମାଝି।

ଏହି ରିପୋର୍ଟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ମୃତ ସୁସ୍ମିତାଙ୍କ ପରିବାର ଲୋକେ। ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଦାବି ହେଉଛି। ସୁସ୍ମିତାଙ୍କ ମର ଶରୀରରେ ଦାଗ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସୁସ୍ମିତା ମିଞ୍ଜ ବ୍ୟବହାର କରୁଥିବା ମୋବାଇଲର ଡାଟା ରିକରଭରି ପାଇଁ ଏସଏଫଏସଏଲକୁ ପଠାଯିବା ସହ ତଦନ୍ତ ଜାରି ରହିଛି।

ଗତ ସେପ୍ଟେମ୍ବର ୧୯ ତାରିଖରେ ରାଉରକେଲାର ସେନସରୀ ପାର୍କରେ ଥିବା ପୋଖରୀରୁ ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ସହ ସିବିଆଇ ତଦନ୍ତ ଦାବି କରାଯାଇଥିଲା। ଏହି ଘଟଣାରେ ପୋଲିସ ୨୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରିସାରିଲାଣି। ମୃତ୍ୟୁ ପୂର୍ବରୁ ସୁସ୍ମିତା ରହିଥିବା ହୋଟେଲର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଛି ପୋଲିସ।

Tags: #Rourkela #VisceraReport #AssistantCollectorSusmitaMinz #DeathCase #CBIInvestigation

Comment