ଓଡ଼ିଶାଲାଇଭ୍ ବ୍ୟୁରୋ

This image has an empty alt attribute; its file name is Subrat-Ray-ed-1024x576.jpg

ସାହାରା ଇଣ୍ଡିଆ ଗ୍ରୁପ୍‌ର ପ୍ରତିଷ୍ଠାତା ସୁବ୍ରତ ରୟଙ୍କର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା କାରଣରୁ ଦୀର୍ଘ ଦିନ ହେଲା ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଭାରତର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ସୁବ୍ରତ ରୟ ବେଶ୍ ପରିଚିତ। ୧୯୪୮ ମସିହାରେ ବିହାରର ଆରାରିଆଠାରେ ଜନ୍ମଗ୍ରହଣ କରିଥିଲେ ସୁବ୍ରତ ରୟ। ତାଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିଲା ସାହାରା ଗ୍ରୁପ ଅର୍ଥ, ରିଅଲ ଇଷ୍ଟେଟ, ମିଡିଆ ଆଦି ବ୍ୟବସାୟ। ମେକାନିକାଲ ଇଞ୍ଜିନିୟର ଭାବେ ଚାକିରୀ ଜୀବନ ଆରମ୍ଭ କରିଥିବା ସୁବ୍ରତ ରାୟ ପରବର୍ତ୍ତୀ ସମୟରେ ଭାରତର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ସୁବ୍ରତ ରୟଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ସାହାରା ଇଣ୍ଡିଆ ପରିବାର ପରବର୍ତ୍ତୀ ସମୟରେ ସାରା ଦେଶରେ ବେଶ୍ ନାଁ କମାଇଥିଲା। ଗୋଟିଏ ସମୟରେ ଭାରତୀୟ ରେଳବାଇ ପରେ ସାହାରା ଗ୍ରୁପ୍ ଦେଶର ଦ୍ଵିତୀୟ ବୃହତ୍ ନିଯୁକ୍ତିଦାତା ମଧ୍ୟ ପାଲଟିଥିଲା। କିନ୍ତୁ ପରେ ସେବି ସହ ବିବାଦ କାରଣରୁ ଅଡ଼ୁଆରେ ପଡ଼ିଥିଲା ସାହାର ଇଣ୍ଡିଆ।   

Comment