ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାରୁ କୋଲକାତାକୁ ସିଧାସଳଖ ଉଡ଼ିବ ବିମାନ। ଖୁବଶୀଘ୍ର ଏହି ସେବା ଆରମ୍ଭ ହେବାକୁ ଯାଉଛି।
ସପ୍ତାହକୁ ୩ ଦିନ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ବିମାନ ଯାତ୍ରାର ଲାଭ ଉଠାଇପାରିବେ ଯାତ୍ରୀ। ଏଣିକି ମାତ୍ର ଦେଢ଼ ଘଣ୍ଟାରେ ରାଉରକେଲାରୁ କୋଲକାତାକୁ ପହଞ୍ଚି ହେବ। ପ୍ରାରମ୍ଭିକ ବିମାନ ଯାତ୍ରା ଭଡ଼ା ୧୯୯୯ ଟଙ୍କା ରହିଛି। ବିମାନ ସେବା ଯୋଗାଇବ ଆଲାଏନ୍ସ ଏୟାର।
ରାଜ୍ୟ ସରକାର ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏ) ମଧ୍ୟମରେ ଆର୍ଥିକ ସହାୟତା ଯୋଗାଇବେ। ମୋଟ ୩୫ଟି ଆସନ ଲାଗି ରାଜ୍ୟ ସରକାର ଏହି ଫଣ୍ଡିଂ ବ୍ୟବସ୍ଥା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ଏବଂ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ସରକାର ଆଶାବାଦୀ ଅଛନ୍ତି।
Tags: #DirectFlightService #RourkelaToKolkata #OdishaGovt