ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝି। ବିଜେଡିର ପ୍ରାଥମିକ ସଦସ୍ୟ ପଦବୀରୁ ସେ ଇସ୍ତଫା ଦେଇଛନ୍ତି। ସୋମବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି।

ଦଳରେ ଅବହେଳା ଅଭିଯୋଗ କରି ବଳଭଦ୍ର ମାଝି ବିଜେଡି ଛାଡ଼ିଥିବା କହିଛନ୍ତି। ୧୯୯୭ ମସିହାରେ ଦଳ ଗଠନ ହେବା ପରଠାରୁ ଦଳରେ ରହି କାମ କରିବାର ସୁଯୋଗ ମିଳିଥିବାରୁ ସେ ଦଳର ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ବଳଭଦ୍ର ମାଝି ୧୯୯୦ ମସିହାରୁ ଲାଞ୍ଜିଗଡ଼ ବିଧାନସଭା ଆସନରୁ ଲଗାତର ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ମସିହାରେ ତାଙ୍କୁ ବିଜେଡିରୁ ଟିକେଟ ମିଳିନଥିଲା। ଅସନ୍ତୋଷ ଥିଲେ ମଧ୍ୟ ଦଳରେ ସକ୍ରିୟ ଥିଲେ ବଳଭଦ୍ର ମାଝି।

ବିଜେଡି ଛାଡ଼ିବା ପରେ ବଳଭଦ୍ର ମାଝି କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #BalabhadraMajhi #FormerMLA #BalabhadraMajhiResigns

LEAVE A REPLY

Please enter your comment!
Please enter your name here