ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା। ଏଥିରେ ରାଜ୍ୟର ସବୁ ଜିଲ୍ଲାରୁ ପୁରୀକୁ ସିଧାସଳଖ ଏସି ଡିଲକ୍ସ ବସ୍ ଚଳାଚଳ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ।
ବୁଧବାର ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆରମ୍ଭ ହେବ। ପ୍ରାଥମିକ ଭାବେ ବଲାଙ୍ଗିର, ବରଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଏହି ବସ୍ ପୁରୀକୁ ଗଡ଼ିବ। ପରବର୍ତ୍ତୀ ସମୟରେ ଅବଶିଷ୍ଟ ଜିଲ୍ଲାରୁ ଏହି ସେବା ଆରମ୍ଭ ହେବ।
ଏହି ସବୁ ବସ୍ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ଵର ଦେଇ ପୁରୀକୁ ଚଳାଚଳ କରିବ। ଏହାଦ୍ଵାରା ଉକ୍ତ ଜିଲ୍ଲାଗୁଡ଼ିକର ଭୁବନେଶ୍ଵର ଓ ପୁରୀ ସହ ଯୋଗାଯୋଗ ଆହୁରି ସୁଦୃଢ଼ ହେବ।
ପୂର୍ବରୁ ଲକ୍ଷ୍ମୀ ଯୋଜନାରେ ଗାଁରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ବସ୍ ସେବା ଆରମ୍ଭ ହୋଇଥିଲା।
Tags: #LACCMIYojana #SriJagannathExpress #BusService #Puri #CTOdisha