ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ସାଧାରଣ ନିର୍ବାଚନ। ନିର୍ବାଚନ ପୂର୍ବରୁ ସବୁ ଦଳ ଆରମ୍ଭ କରିଦେଇଛନ୍ତି ଅଙ୍କକଷା। ଏହାରି ମଧ୍ୟରେ ନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛି କଂଗ୍ରେସ। ଓଡ଼ିଶା କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର କହିଛନ୍ତି, ନିର୍ବାଚନ ଟିକେଟ ପାଇଁ ଅନଲାଇନରେ କରିବାକୁ ଆବେଦନ। ଅନଲାଇନରେ ସବୁ ତଥ୍ୟ ଦେଇ ଆଶାୟୀ ଟିକେଟ ପାଇଁ ଆବେଦନ କରିପାରିବେ। ଖୁବଶୀଘ୍ର ଟିକେଟ ଆବେଦନ ପାଇଁ ଇ-ଫର୍ମ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।
ସେ ଆହୁରି କହିଥିଲେ, ଟିକେଟ ଆବେଦନ ପରେ ପ୍ରଦେଶ ଇଲେକ୍ସନ କମିଟି ତର୍ଜମା କରିବା ପରେ ସ୍କ୍ରିନିଂ କମିଟିକୁ ପଠାଯିବ। ସ୍କ୍ରିନିଂ କମିଟିର ଅନୁମୋଦନ ପରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ। ଏହି ପ୍ରକ୍ରିୟାରେ କଂଗ୍ରେସ ନିଜ ପ୍ରାର୍ଥୀ ଚୟନ କରିବ ବୋଲି କହିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ।
Tags: #Politics #OdishaPolitics #Congress #GeneralElection #Ticket #OnlineRegistrationForTicket