ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ବଜେଟ ଅଧିବେଶନର ବୁଧବାର ହେଉଛି ତୃତୀୟ ଦିନ। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଛନ୍ତି ପାଚସ୍ପତି ପ୍ରମିଳା ମଲ୍ଲିକ।

ବିଧାନସଭା ଅଧିବେଶନର ତୃତୀୟ ଦିନବି ସ୍ଵାଭାବିକ ହୋଇପାରୁନି ଗୃହ କାର୍ଯ୍ୟ। ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ବିଜେପି ବିଧାୟକମାନେ ଗୃହରେ ହଟ୍ଟଗୋଳ କରିବା ସହ ନାରାବାଜି ଦେଇଥିଲେ। ଫଳରେ ଘୃହକୁ ଦୁଇଥର ମୁଲତବୀ ଘୋଷଣା କରାଯାଇଥିଲା। ପରେ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ଅନ୍ୟ ପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ନିଜ ଆସନରେ ଛିଡ଼ା ହୋଇ ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ। ଫଳରେ ପ୍ରଶ୍ନକାଳ ଚାଲିପାରିନଥିଲା। ପ୍ରବଳ ହୋ ହଲ୍ଲା ଯୋଗୁଁ ଗୃହ କାର୍ଯ୍ୟକୁ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା।

ମୁଲତବୀ ସମୟ ଶେଷ ହେବା ପରେ ପୁଣିଥରେ ଗୃହ ଆରମ୍ଭରୁ ସମାନ ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡି ବଧାୟକମାନେ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକୁ ଦିନ ୧୨ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ପରେ ୧୨ଟା ୩୦ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଥିଲା।

କିନ୍ତୁ ବିରୋଧୀ ସଦସ୍ୟ ଗୃହର ମଧ୍ୟଭାଗରେ ହୋହଲ୍ଲା କରିବା ନାରାବାଜି ଦେଇଥିଲେ। ଫଳରେ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ବାରମ୍ବାର ମୁଲତବୀ କାରଣରୁ ଗୃହ କାର୍ଯ୍ୟ ଆଗକୁ ବଢ଼ିପାରୁ ନାହିଁ।

Tags: #Politics #OdishaPolitics #OdishaAssemblyWinterSession #AssemblyHouseAdjourned #Odisha

LEAVE A REPLY

Please enter your comment!
Please enter your name here