ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ବଜେଟ ଅଧିବେଶନର ଶେଷ ଦିନରେ ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କୁ ଗୋଟିଏ ଫଟୋ ଫ୍ରେମରେ ଏକାଠି ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ସହ ବିଧାୟକମାନେ ଏକାଠି ଫଟୋସୁଟ୍ କରିଛନ୍ତି।
ଏହି ଅବସରରେ ଶାସକ ଏବଂ ବିରୋଧୀ ସଦସ୍ୟମାନେ ଆଗାମୀ ରାଜନୈତିକ ଯାତ୍ରା ପାଇଁ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ। କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଏବଂ ସୁରେଶ ରାଉତରାୟଙ୍କର ଏହା ଶେଷ ଅଧିବେଶନ ଥିବାରୁ ସେମାନେ ଏକ ପ୍ରକାର ଭାବବିହ୍ଵଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।
ବିଧାନସଭା ଅଧିବେଶନର ଶେଷ ଦିନରେ ଆଉ ବିଧାନସଭାକୁ ଆସିବେ ନାହିଁ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଥିବାବେଳେ ନରସିଂହ ମିଶ୍ର କହିଛନ୍ତି ବିଧାନସଭା ମୋ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ। ସେ ଆସନ୍ତା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଫଟୋ ସେସନରେ ସମସ୍ତ ବିଧାୟକ ଏକାଠି ହୋଇଥିଲୁ। ଏହି ଅଧିବେଶନ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ପ୍ରଥମ ମହିଳା ବାଚସ୍ପତି ଭାବେ ଭଲ ଅନୁଭୂତି ପାଇଥିବା ସେ କହିଛନ୍ତି।
Tags: #Politics #OdishaPolitics #OdishaAssemblySession #Photoshoot #BJD #BJP #Congress