ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ନିର୍ବାଚନ ପୂର୍ବରୁ ଦଳଗୁଡ଼ିକରେ ଚାଲିଛି ମିଶ୍ରଣ ପର୍ବ। ଏହାରି ମଧ୍ୟରେ ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ।
ଭୁବନେଶ୍ଵରସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ପ୍ରଶାନ୍ତ ଜଗଦେବ ବିଜେପିରେ ସାମିଲ ହୋଇଥିଲେ।
ପ୍ରଶାନ୍ତ ଜଗଦେବଙ୍କ ସହ ଜିଲ୍ଲାପରିଷଦ ସଦସ୍ୟ ତଥା ବିଜେଡି ବ୍ଲକ ସଭାପତି ଅନାଦି ସାହୁ, ବିଜେଡି ନେତା ଭବାନୀ ଜଗଦେବ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୌରୀ ସାହୁ, ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶୁଭାଙ୍ଗୀ ଡାକୁଆଙ୍କ ସହ ବହୁ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି।
ପ୍ରଶାନ୍ତ ଜଗଦେବ ୨୦୧୪ ନିର୍ବାଚନରେ ବିଜେଡି ଟିକେଟରୁ ବେଗୁନିଆ ବିଧାୟକ ଭାବେ ନିର୍ବାଚିତ ହୋଥିଲେ। ଏହା ପରେ ୨୦୧୯ ମସିହାରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇ ସେ ବିଧାୟକ ନିର୍ବାଚିତ ହୋଥିଲେ।
Tags: #Politics #OdishaPolitics #BJD #BJP #Election #PrasantJagdev #Odisha