ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି। ମହିଳାଙ୍କ ଅଧିକାର, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ ରହିଛି।

ଗର୍ଭାବସ୍ଥାରେ ଜଣେ ମା’ର ଯତ୍ନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। କାରଣ ସୁସ୍ଥ ଶିଶୁଟିଏ ଜନ୍ମ ହେବା ପାଇଁ ହେଲେ ଗର୍ଭାବସ୍ଥାରେ ହିଁ ମା’ର ଯତ୍ନ ନିହାତି ଦରକାର ବୋଲି ଡାକ୍ତର କୁହନ୍ତି।

ତେବେ ଜଣେ ଗର୍ଭବତୀ ମହିଳାଙ୍କର ଯତ୍ନ କେମିତି ନେବେ? ଗର୍ଭାବସ୍ଥାରେ କ’ଣ କରିବା ଉଚିତ ଓ କ’ଣ ନୁହେଁ, ସେ ନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୭ରୁ ୯ ତାରିଖ ପର୍ଯ୍ୟନ୍ତ ମହିଳାଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମହିଳାଙ୍କ ଜୀବନର ସମସ୍ତ ପର୍ଯ୍ୟାୟରେ ହେଉଥିବା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯାଇଛି।

Tags: #InternationalWomensDay2024 #Celebration #WomenPower #HealthAwareness #DoctorsAdvice

LEAVE A REPLY

Please enter your comment!
Please enter your name here