ଓଡ଼ିଶାଲାଇଭ୍ ବ୍ୟୁରୋ

କିଡନି ହେଉଛି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆମ ଶରୀରରେ କିଡନି ହେଉଛି ଏକ ଫିଲଟର ଭଳି। ଅପରିଷ୍କାର ରକ୍ତକୁ ଛାଣି ଶରୀରକୁ ବିଶୁଦ୍ଧ ରକ୍ତ ଯୋଗାଇବା କିଡନିର ମୁଖ୍ୟ କାମ। ତେଣୁ କିଡନିକୁ ସୁସ୍ଥ ରଖିବା ନିହାତି ଦରକାର।

ଆସନ୍ତୁ, କିଡନି ରୋଗ ବିଶେଷଜ୍ଞ ଡାକ୍ତର ସାଈ ପ୍ରସାଦ ସାହୁଙ୍କଠାରୁ କିଡନି ରୋଗ ସମ୍ବନ୍ଧରେ ଅଧିକ ଜାଣିବା।

ଏହି ଭିଡିଓରେ ରହିଛି, କିଡନିର କାର୍ଯ୍ୟ କ’ଣ, କିଡନି କାହିଁକି ଖରାପ ହୋଇଥାଏ ଓ କିପରି ଏହାର ଚିକିତ୍ସା କରାଯାଏ?

କିଡନିର ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନି ଦିବସ ଭାବେ ପାଳନ କରାଯାଉଛି।

ବିଶ୍ୱ କିଡନି ଦିବସ ପରିପ୍ରେକ୍ଷୀରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୩ରୁ ୧୫ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ‘ସୁସ୍ଥ କିଡନି – ସୁସ୍ଥ ଶରୀର’। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଅଭିଯାନରେ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଏବଂ ଲେଖା ପ୍ରସ୍ତୁତ କରାଯାଉଛି।

Tags: #KidneyDiet #OdiaHealthTips #WorldKidneyDay #DoctorsAdvice

Comment