ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
ଦାନ୍ତ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ। ଦାନ୍ତର ସଠିକ ଭାବେ ଯତ୍ନ ନନେଲେ ପାଟିରେ ବିଭିନ୍ନ ରୋଗ ହୋଇପାରେ। ଯଦି ଦାନ୍ତର ଯତ୍ନ ନନିଅନ୍ତି ତେବେ ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ମୁଖ ଗହ୍ୱର କର୍କଟ ରୋଗ ଯାଏଁ, ବିଭିନ୍ନ ରୋଗର ଶିକାର ହୋଇପାରନ୍ତି ଆପଣ।
ତେବେ କେମିତି ନେବେ ଦାନ୍ତର ଯତ୍ନ, ଏନେଇ ଦାନ୍ତରୋଗ ବିଶେଷଜ୍ଞ ଡାକ୍ତର ରାଜୀବ ସେଠୀ କ’ଣ କହୁଛନ୍ତି ଜାଣିବା ଏହି ଭିଡିଓରୁ।
ମାର୍ଚ୍ଚ ୨୦ ତାରିଖ, ବୁଧବାର ଦିନ ହେଉଛି ଓ୍ଵାର୍ଲ୍ଡ ଓରାଲ ହେଲଥ ଡେ’ ବା ବିଶ୍ୱ ମୁଖ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ମୁଖ ସ୍ୱାସ୍ଥ୍ୟ କ’ଣ, ମୁଖର ଯତ୍ନ କିପରି ନେବେ ଏବଂ କ’ଣ ରହିଛି ଚିକିତ୍ସା ବ୍ୟବସ୍ଥା – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ମୋଟ ୬ଟି ଭିଡିଓ ପୋଷ୍ଟ କରାଯିବ।
‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।
ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଓ ଓଡ଼ିଶାଲାଇଭ୍ର ମିଳିତ ଆନୁକୂଲ୍ୟରେ ମୁଖର ସ୍ୱାସ୍ଥ୍ୟ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ କରାଯାଉଛି।
Tags: #WorldOralHealthDay2024 #HealthForAll #Dentalcare #Healthylife #OdiaHealthTips