ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ମଙ୍ଗଳବାର ବଡ଼ ଶୋଭାଯାତ୍ରାରେ ଆସି ସେ ସମ୍ବଲପୁର ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହାପୂର୍ବରୁ ସେ ମା’ ସମଲେଶ୍ଵରୀଙ୍କ ଦର୍ଶନ କରିଥିଲେ।
ପ୍ରାର୍ଥିପତ୍ର ଦାଖଲ ପାଇଁ ଯିବାବେଳେ ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରୁ ବଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ସହ ମିଶି ଶୋଭାଯାତ୍ରା କରିଥିଲେ। ଏଥିରେ ଅନେକ ବିଜେଡି କର୍ମୀ ସାମିଲ ହୋଇଥିଲେ।
ପ୍ରଣବ ପ୍ରକାଶ ଦାସ ପ୍ରାର୍ଥିପତ୍ର ଦାଖଲ କରିବାପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଣବ ନିର୍ବାଚନରେ ଜିତିବା ନେଇ ଆଶାବାଦୀ ଥିବା ସେ କହିଥିଲେ।

୨୦୦୯ ମସିହାରୁ ଲଗାତାର ୩ ଥର ଯାଜପୁର ବିଧାନସଭା ଆସନରୁ ବିଧାୟକ ହୋଇଆସିଥିବା ପ୍ରଣବ ଏଥର ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢୁଛନ୍ତି। ତାଙ୍କ ବିରୋଧରେ ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲଇଛନ୍ତି। ମେ’ ୨୫ ତାରିଖରେ ଏଠାରେ ମତଦାନ ହେବାକୁ ଯାଉଛି।
Tags: #PranabPrakashDas #SambalpurLoksabhaSeat #Nomination #BJD #Politics #Odisha