ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ନୌସେନାରେ ଅଗ୍ନିବୀର ଯୋଜନା ଅନ୍ତର୍ଗତ ଅନେକ ନୌସୈନିକ ପଦବୀ ପୂରଣ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ୨୦୨୪ ନଭେମ୍ବର ମାସ ସୁଦ୍ଧା ଟ୍ରେନିଂ ଆରମ୍ଭ ହେବ।

ନୌସେନାରେ ଏହି ଅଗ୍ନିବୀର ନୌସୈନିକ ଭର୍ତ୍ତି ପାଇଁ ମେ’ ୧୩ ତାରିଖରୁ ଅନଲାଇନରେ ଆବେଦନ ଆରମ୍ଭ ହେବ। ମେ’ ୨୭ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ। ଉଭୟ ପୁଅ ଓ ଝିଅମାନେ ଏଥିଲାଗି ଆବେଦନ କରି ପାରିବେ।

ଆପଣମାନେ ଭାରତୀୟ ନୌସେନାରେ ନୌସୈନିକ ଭାବେ ଚାକିରି କରିବା ପାଇଁ ଇଚ୍ଛା ରଖୁଥିଲେ, ତେବେ ଜାଣନ୍ତୁ କେମିତି କରିବେ ଆବେଦନ।

ଯୋଗ୍ୟତା

  • ଆଶାୟୀ ପ୍ରାର୍ଥୀମାନେ ୧ ନଭେମ୍ବର ୨୦୦୩ରୁ ୩୦ ଏପ୍ରିଲ ୨୦୦୭ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ଆବଶ୍ୟକ
  • ସେମାନେ ଅତିକମରେ ମାଟ୍ରିକ ପାସ କରିଥିବା ଆବଶ୍ୟକ
  • ସେମାନେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇଥିବା ଆବଶ୍ୟକ
  • ସେମାନଙ୍କ ଉଚ୍ଚତା ଅତି କମରେ ୧୫୭ ସେଣ୍ଟିମିଟରୁ ଅଧିକ ହେବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହିସବୁ ନିଯୁକ୍ତି ପାଇଁ ପ୍ରଥମେ ନୌସେନା ପକ୍ଷରୁ ଅନଲାଇନ ପ୍ରିଲିମିନାରି ପରୀକ୍ଷା କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟ ଲିଖିତ ପରୀକ୍ଷା ପାଇଁ ଡାକଯିବ।  
  • ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାସ କରିଥିବା ପ୍ରାର୍ଥୀଙ୍କ ଶାରୀରିକ ଓ ମେଡିକାଲ ଯାଞ୍ଚ କରାଯିବ
  • ଶେଷରେ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ଭାରତୀୟ ନୌସେନାର ୱେବସାଇଟରେ ବାହାରିବ

କେମିତି କରିବେ ଆବେଦନ

  • ଭାରତୀୟ ନୌସେନା ପକ୍ଷରୁ ଜାରି ୱେବସାଇଟ agniveernavy.cdac.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ଅଗ୍ନିବୀର ନୌସୈନିକ’ ଆବେଦନ ଲିଙ୍କକୁ କ୍ଲିକ୍ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ସରିବାପରେ ‘ଲଗ ଇନ’ କରନ୍ତୁ
  • ଏହାପରେ ପରୀକ୍ଷା ପାଇଁ ଫର୍ମ ପୂରଣ କରନ୍ତୁ
  • ପରୀକ୍ଷା ପାଇଁ ନିଜ ପାଖ ଅଞ୍ଚଳର ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି  ନୌସେନା ଭର୍ତ୍ତି ପରୀକ୍ଷା ପାଇଁ ସବୁ ବର୍ଗର ପ୍ରାର୍ଥୀମାନଙ୍କୁ ୫୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଏହିସବୁ ପଦବୀ ପାଇଁ କେବେ ପ୍ରିଲିମିନାରି ପରୀକ୍ଷା କରାଯିବ ସେନେଇ ଭାରତୀୟ ନୌସେନା ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀର ଅଧିକ ସୂଚନା ଇଣ୍ଡିଆନ ଆର୍ମିର ୱେବସାଇଟରେ ଉପଲବ୍ଧ।

Tags: #IndianNavy #AgniveerSoldiers #Recruitment #Careers #Employment

Comment