ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଏହାରି ଭିତରେ ନିଲମ୍ବିତ ହୋଇଛନ୍ତି ଦୁଇଜଣ ପୋଲିଂ ଅଧିକାରୀ। ଇଭିଏମରେ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହେବା କାରଣରୁ ଦୁଇଜଣ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ନିର୍ବାଚନ କମିଶନ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ନିଲମ୍ବିତ ଅଧିକାରୀଙ୍କ ମଧ୍ୟରୁ ଜଣେ ଗଞ୍ଜାମରେ ନିଯୁକ୍ତ ହୋଇଥିବାବେଳେ ଅନ୍ୟ ଜଣେ ନର୍ଲାର ପୋଲିଂ ଅଧିକାରୀ ନିଯୁକ୍ତ ହୋଇଥିଲେ। ସୋମବାର ଦିନ ମତଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ମତଦାନ ସମୟରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହେବାରୁ ଭୋଟ ଦେଇପାରି ନଥିଲେ ଭୋଟର। ଏ ନେଇ ଅଭିଯୋଗ ଆସିବା ପରେ ଦାୟିତ୍ଵରେ ଅବହେଳା କାରଣରୁ ଦୁଇ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ଆଜି ବ୍ରହ୍ମପୁର, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟରେ ଚାଲିଛି ମତଦାନ। ମୋଟ ୭ ହଜାର ୩୦୩ଟି ବୁଥରେ ପ୍ରଥମ ପର୍ଯ୍ୟାୟରେ ମତଦାନ କରୁଛନ୍ତି ଭୋଟର।

Tags: #Politics #OdishaPalitics #OdishaAssemblyElections2024 #Voting #Voters #Odisha #ECI #India #PollingOfficialsuspended #EVM

Comment