ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଜାତୀୟ ଡେଙ୍ଗୁ ଦିବସ। ଡେଙ୍ଗୁ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ୧୬ ତାରିଖକୁ ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ।

ଡେଙ୍ଗୁ ହେଉଛି ଏକ ଭାଇରାଲ୍ ରୋଗ, ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଏଡିସ୍ ମଶା ଦିନରେ କାମୁଡ଼ନ୍ତି।

ତେବେ ଡେଙ୍ଗୁ ରୋଗର ଲକ୍ଷଣ କ’ଣ ଓ ଡେଙ୍ଗୁ ହେଲେ କ’ଣ ସବୁ ଜଟିଳତା ଦେଖାଦିଏ, ସେ ନେଇ ଭେଷଜ ବିଶେଷଜ୍ଞ ଡାକ୍ତର ସମୀର ରଞ୍ଜନ ଜେନା କ’ଣ କହୁଛନ୍ତି, ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରୁ।

ଜାତୀୟ ଡେଙ୍ଗୁ ଦିବସ ଅବସରରେ ଡେଙ୍ଗୁ ଜ୍ଵର କେମିତି ଭଲ ହେବ, ଡେଙ୍ଗୁ ହେଲେ ପ୍ଲେଟଲେଟ୍ କାହିଁକି କମିଯାଏ ଏବଂ କିପରି ଡେଙ୍ଗଠାରୁ ରକ୍ଷା ପାଇବେ – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ମୋଟ ୫ଟି ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ

Tags: #NationalDengueDay #AwarenessCampaign #DoctorsAdvice #Treatment #OdiaHealthTips

LEAVE A REPLY

Please enter your comment!
Please enter your name here