ଓଡ଼ିଶାଲାଇଭ୍ ବ୍ୟୁରୋ

“ବିଜେଡି ଶାସନର ୨୫ ବର୍ଷ ମଧ୍ୟରେ ଓଡ଼ିଶାରେ ଆଖିଦୃଶିଆ ବିକାଶ ହୋଇନାହିଁ। ରାଜ୍ୟର ବିକାଶ ପାଇଁ ବିଜେଡି ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଓଡ଼ିଶାରେ ଦୁର୍ନୀତି ଏବଂ ବେରୋଜଗାରୀ ବଢ଼ିଛି। ଓଡ଼ିଶାର ବିକାଶ ପାଇଁ ଏଥର ବିଜେଡି ସରକାର ବଦଳିବା ଦରକାର। ଡବଲ ଇଞ୍ଜିନ ସରକାର ହିଁ ଓଡ଼ିଶାର ବିକାଶ କରିପାରିବ”, ଭୁବନେଶ୍ଵରସ୍ଥିତ ସାଲିଆସାହିଠାରେ ଆୟୋଜିତ ବିଜେପିର ଆର୍ଶୀବାଦ ସମାବେଶରେ ଯୋଗ ଦେଇ ଏହିଭଳି କହିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ ହେମାମାଳିନୀ।

ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଓଡ଼ିଶା ଆସିଛନ୍ତି ହେମାମାଳିନୀ। ଭୁବନେଶ୍ଵରରେ ପହଞ୍ଚୁ ପହଞ୍ଚୁ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସାଲିଆସାହିଠାରେ ଆୟୋଜିତ ଆଶୀର୍ବାଦ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ହେମାମାଳିନୀ। ଏହା ପରେ ସେ ଭୁବନେଶ୍ୱର ଉତ୍ତର ଓ କଟକ କିଶନନଗରଠାରେ ଆୟୋଜିତ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଥିଲେ।

ସାଲିଆସାହିଠାରେ ଆଶୀର୍ବାଦ ସମାବେଶରେ ଯୋଗ ଦେଇ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ଵର ରୋଡ ସୋ’କୁ ନେଇ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କର ନିଜ ଦଳ ଉପରେ ବିଶ୍ଵାସ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ସମୟରେ ତାଙ୍କ ସହ ସାଂସଦ ପ୍ରାର୍ଥୀ କିମ୍ବା ବିଧାୟକ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିନଥିଲା।

ଏହା ସହ ସେ ବସ୍ତିବାସିନ୍ଦାଙ୍କୁ ଦିଆଯାଇଥିବା ପଟ୍ଟା ସମ୍ପର୍କରେ କହିଥିଲେ ଯେ, ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ଯେଉଁ ପଟ୍ଟା ଦେଇଛନ୍ତି ତାହା ଅସଲି ନୁହେଁ। ବିଜେପି ସରକାରକୁ ଆସିଲେ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବ।

ସାଲିଆସାହିଠାରେ ଆୟୋଜିତ ଆଶୀର୍ବାଦ ସମାବେଶ ଶେଷ ହେବା ପରେ କଟକ ଅଭିମୁଖେ ଯାଇଥିଲେ ହେମାମାଳିନୀ। କଟକ କିଶନନଗରରେ ହେମାମାଳିନୀ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଏହା ପରେ ସେ ପୁରୀ ଜିଲ୍ଲା ପିପିଲି ଅଭିମୁଖେ ଯାଇଥିଲେ। ସେଠାରେ ଏକ ବିଶାଳ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କୁ ପଦ୍ମପୁଲ ଚିହ୍ନରେ ଭୋଟ ଦେବା ଲାଗି ଅନୁରୋଧ କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ ହେମାମାଳିନୀ।

Tags: #Politics #OdishaPolitics #Hemamalini #Bhubaneswar #Cuttack #Puri #Roadshow #ElectionCampaign #Bhubaneswar #OdishaAssemblyElections2024 #Odisha #BJP

LEAVE A REPLY

Please enter your comment!
Please enter your name here