ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରଥମକରି ୠତୁସ୍ରାବ ବା ପିରିୟଡ୍‌ ହେବାକୁ ଇଂଲିସ୍‌ରେ ‘ମେନାର୍କି’ କୁହାଯାଏ। ମେନାର୍କି ସାଧାରଣତଃ ୧୦ରୁ ୧୬ ବର୍ଷ ବୟସ ମଧ୍ୟରେ ହୋଇଥାଏ। କେତେକ ଝିଅଙ୍କଠାରେ ଏହା ଶୀଘ୍ର କିମ୍ବା ଡେରିରେ ହୋଇପାରେ ବୋଲି ଡାକ୍ତର କୁହନ୍ତି।

ଯଦି କୌଣସି ଝିଅଙ୍କର ୧୦ରୁ ୧୬ ବର୍ଷ ମଧ୍ୟରେ ମେନାର୍କି ହେଉ ନାହିଁ, କିମ୍ବା ତା’ଠାରେ କୌଣସି ଶାରିରୀକ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ତେବେ ମେନାର୍କି କ’ଣ ଓ କାହିଁକି ହୁଏ, କେଉଁ ବୟସରେ ହୋଇଥାଏ, ଏହି ସମୟରେ ଶରୀରରେ କ’ଣ ସବୁ ପରିବର୍ତ୍ତନ ହୋଇଥାଏ, ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀ ସାହୁଙ୍କଠାରୁ ମେନାର୍କି ବିଷୟରେ ସବିଶେଷ ଜାଣିବା ଏହି ଭିଡିଓରୁ।

ପିରିୟଡ୍‌ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍‌ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍‌ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍।

Tags: #Menarche #PeriodFriendlyWorld #OdiaHealthTips #Menarche #PeriodFriendlyWorld #OdiaHealthTips #MHDay2024

LEAVE A REPLY

Please enter your comment!
Please enter your name here