ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ତୃତୀୟ ଥର ପାଇଁ ରୋଡ ସୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ରେଣ୍ଟାଲ ଓମଫେଡ ଛକଠାରୁ ପଟିଆ ଛକ ପର୍ଯ୍ୟନ୍ତ ରୋଡ ସୋ’ କରିଛନ୍ତି। ଏହି ଅବସରରେ ଭୁବନେଶ୍ଵର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।
ଏହି ରୋଡ ସୋ’ ରେଣ୍ଟାଲ ଓମଫେଡ ଛକ, ପେଟ୍ରୋଲ ପମ୍ପ ଛକ, ସାଲିଆସାହି, ମେଫେୟାର, ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ଡମଣା ରାସ୍ତା ହେଇ ପଟିଆ ଛକ ପର୍ଯ୍ୟନ୍ତ ଚାଲିଥିଲା। ରୋଡ ସୋ’ ଦେଖିବାକୁ ହଜାର ହଜାର ଦଳୀୟ ନେତା, କର୍ମୀ, ସମର୍ଥକ ଏବଂ ଜନସାଧାରଣ ଭିଡ଼ ଦେଖିବାକୁ ମିଳିଥିଲା।
ଆସନ୍ତା ଜୁଲାଇ ମାସରୁ ୧୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ। ଏହାଦ୍ଵାରା ୯୦ ପ୍ରତିଶତ ପରିବାର ଉପକୃତ ହେବେ। ସମସ୍ତଙ୍କୁ ବିଏସକେଓ୍ଵାଇ କାର୍ଡ ଓ ମିଶନଶକ୍ତି ମା’ଙ୍କୁ ୬୦ ବର୍ଷ ପରେ ପେନସନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଦାୟିତ୍ଵରେ ରହିଥିଲେ। ରୋଡ ସୋ’ ହେବାକୁ ଥିବା ରାସ୍ତାର ପ୍ରତ୍ୟେକ ଛକରେ ପୋଲିସ ନିୟୋଜିତ ଥିଲେ।
Tags: #Politics #OdishaPolitics #CMNaveenPatnaik #RoadShow #Bhubaneswar #OdishaAssemblyElections2024 #Odisha #BJD