ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ରେଣ୍ଟାଲ ଓମଫେଡ ଛକଠାରୁ ପଟିଆ ଛକ ପର୍ଯ୍ୟନ୍ତ ରୋଡ ସୋ’ କରିବେ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି।

ବୁଧବାର ସନ୍ଧ୍ୟା ୫ଟା ୩୦ରୁ ରୋଡ ସୋ’ ସରିବା ପର୍ଯ୍ୟନ୍ତ ରେଣ୍ଟାଲ ଓମଫେଡ ଛକ, ପେଟ୍ରୋଲ ପମ୍ପ ଛକ, ସାଲିଆସାହି, ମେଫେୟାର, ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ଡମଣା ରାସ୍ତାରୁ ପଟିଆ ଛକ ପର୍ଯ୍ୟନ୍ତ ରାସ୍ତା ଦେଇ କୌଣସି ପ୍ରକାରର ଯାନବାହନ ଚଳାଚଳ କରିପାରିବ ନାହିଁ।

ଏହା ସହ ସନ୍ଧ୍ୟା ୫ଟା ୩୦ରୁ ରୋଡ ସୋ’ ସରିବା ପର୍ଯ୍ୟନ୍ତ ସିଆରପି ଛକଠାରୁ ରେଣ୍ଟାଲ ଓମଫେଡ ଛକ ଆଡ଼କୁ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ। ସନ୍ଧ୍ୟା ୬ଟା ୩୦ମିନିଟରୁ ରୋଡ ସୋ’ ସରିବା ପର୍ଯ୍ୟନ୍ତ ଜୟଦେବ ବିହାର ଛକଠାରୁ ବିଜୁ ପଟ୍ଟନାୟକ କଲେଜ ଆଡ଼କୁ କୌଣସି ପ୍ରକାରର ଯାନବାହନ ଯାତାୟତ କରିପାରିବ ନାହିଁ।

ସେହିପରି ସନ୍ଧ୍ୟା ୬ଟା ୩୦ରୁ ରୋଡ ସୋ’ ସରିବା ପର୍ଯ୍ୟନ୍ତ ଜୟଦେବ ବିହାର ଛକଠାରୁ କୀଟ ଛକ ଆଡ଼କୁ ଏବଂ ସନ୍ଧ୍ୟା ୭ଟା ୧୫ରୁ ରୋଡ ସୋ’ ସରିବା ଯାଏଁ କୌଣସି ପ୍ରକାରର ଯାନବାହନ କୀଟ ଛକଠାରୁ ଜୟଦେବ ବିହାର ଆଡ଼କୁ ଚଳାଚଳ କରିପାରିବ ନାହିଁ।

ଜୟଦେବ ବିହାର ଛକ ଦେଇ ଜାଭିୟର ଛକ ଆଡ଼କୁ ଆସୁଥିବା ଆମ୍ବୁଲାନ୍ସ ଗାଡ଼ିଗୁଡ଼ିକ ଜୟଦେବ ବିହାର ଛକଠାରୁ ଡାହାଣ ପାର୍ଶ୍ଵ ରାସ୍ତା ଦେଇ ଜାଭିୟର ଛକ ପର୍ଯ୍ୟନ୍ତ ଆସି ସେହିଠାରୁ ବାମ ପାର୍ଶ୍ଵ ସମାନ୍ତରାଳ ରାସ୍ତାଦେଇ ଯାଇପାରିବେ। ସେହିପରି ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଛକ ଆଡ଼କୁ ଆସୁଥିବା ଆମ୍ବୁଲାନ୍ସ ଗାଡ଼ିଗୁଡ଼ିକ ଡାହାଣ ପାର୍ଶ୍ଵ ରାସ୍ତା ଦେଇ ଡମଣା ଛକ ପର୍ଯ୍ୟନ୍ତ ଆସି ସେହିଠାରୁ ଡାହାଣ ପାର୍ଶ୍ଵ ସମାନ୍ତରାଳ ରାସ୍ତା ଦେଇ ଯାଇପାରିବେ।

କଟକଣା ଜାରି ହୋଇଥିବା ରାସ୍ତାଗୁଡ଼ିକୁ ଗଳି ରାସ୍ତାରୁ କୌଣସି ପ୍ରକାର ଯାନବାହନ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

Tags: #Politics #OdishaPolitics #AssemblyElections2024 #Odisha #CMNaveenPatnaik#BJD #MegaRoadShow

LEAVE A REPLY

Please enter your comment!
Please enter your name here