ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରଥମକରି ୠତୁସ୍ରାବ ବା ପିରିୟଡ୍‌ ହେବାକୁ ଇଂଲିସ୍‌ରେ ‘ମେନାର୍କି’ କୁହାଯାଏ। ମେନାର୍କି ସାଧାରଣତଃ ୧୦ରୁ ୧୬ ବର୍ଷ ବୟସ ମଧ୍ୟରେ ହୋଇଥାଏ। ପ୍ରଥମ ୠତୁସ୍ରାବ ହେବା ପରେ ଜଣେ ଝିଅର ଶାରୀରିକ ଏବଂ ମାନସିକ ସ୍ଥିତିରେ ବିଭିନ୍ନ ପରିବର୍ତ୍ତନ ହୋଇଥାଏ।

ପ୍ରଥମ ପିରିୟଡସ ପରେ ଅଧିକାଂଶ ଝିଅ ପାରିବାରିକ କଟକଣା ଦେଇ ଗତି ମଧ୍ୟ କରିଥାନ୍ତି। ପିରିୟଡ୍‌ କ’ଣ, ଏହା କାହିଁକି ହୁଏ, ଏଭଳି ଅନେକ କଥା ତା’ ମନରେ ଉଙ୍କି ମାରୁଥାଏ। ବେଳେ ବେଳେ କେତେକ ଝିଅଙ୍କଠାରେ ଚିଡ୍‌ଚିଡାପଣ, ମନ ଦୁଃଖ ହେବା, ରାଗ ଲାଗିବା ଭଳି ଲକ୍ଷଣମାନ ଦେଖାଦେଇଥାଏ ବୋଲି ଡାକ୍ତର କୁହନ୍ତି।

ଝିଅମାନେ ପିରିୟଡସ ପରିଚାଳନା କିପରି କରିବେ ଏବଂ କେମିତି ମାନସିକ ସ୍ଵାସ୍ଥ୍ୟର ଯତ୍ନ ନେବେ, ସେ ସମ୍ପର୍କରେ ମନସ୍ତତ୍ୱବିତ୍‌ ସ୍ୱାଗତିକା ସାମନ୍ତରାୟ କ’ଣ କହୁଛନ୍ତି ଅଧିକ ଜାଣିବା।

ପିରିୟଡ୍‌ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍‌ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।

ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍‌ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍।

Tags: #PeriodsCare #PeriodFriendlyWorld #OdiaHealthTips

Comment