ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ପିରିୟଡ୍‌ସ ସମୟରେ ସ୍ୱଚ୍ଛତା ପରିଚାଳନା ନ କଲେ ଜଣେ ଝିଅ ବା ମହିଳାଙ୍କୁ ବିଭିନ୍ନ ପ୍ରକାର ସଂକ୍ରମଣର ସାମ୍ନା କରିବାକୁ ପଡ଼ିଥାଏ, ଯେପରିକି ପରିସ୍ରା ସଂକ୍ରମଣ, ଯୋନି କୁଣ୍ଡାଇ ହେବା, ଦୁର୍ଗନ୍ଧ ଯୁକ୍ତ ସ୍ରାବ ହେବା ଭଳି ଲକ୍ଷଣ ଦେଖାଦିଏ। କେତେକ କ୍ଷେତ୍ରରେ ସର୍ଭିକାଲ କ୍ୟାନ୍ସର ହେବାର ମଧ୍ୟ ଆଶଙ୍କା ରହିଛି। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱପ୍ନିତା ହୋତାଙ୍କଠାରୁ ଜାଣିବା ପିରିୟଡ୍‌ସ ସମୟରେ ସ୍ୱଚ୍ଛତା କିପରି ପରିଚାଳନା କରିବେ?

ପିରିୟଡ୍‌ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍‌ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।

ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍‌ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍।

Tags: #MHDay2024 #PeriodFriendlyWorld #OdiaHealthTips

Comment