ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଡାକ୍ତରଖାନାରେ ୨୨ ଜଣ ଚିକିତ୍ସାଧୀନ ରହିଛନ୍ତି।

ଗତ ମେ’ ୨୯ ତାରିଖ ରାତିରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ଚାଲିଥିଲା। ଚାପଖେଳ ଦେଖିବାକୁ ଭକ୍ତଙ୍କର ପ୍ରବଳ ସମାଗମ ହୋଇଥିଲା। ଏହି ସମୟରେ ବାଣ ଫୁଟାଇଲା ବେଳେ ବାଣ ଗଦାରେ ବାଣ ପଡ଼ି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ବିସ୍ଫୋରଣରେ ୩୦ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶନିବାର ଦିନ ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

Tags: #ChandanJatra #Death #CrackerBrust #NarendraPond #Puri 

LEAVE A REPLY

Please enter your comment!
Please enter your name here