ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଜଣେ ନାରୀ ଜୀବନରେ ଯେପରି ୠତୁସ୍ରାବ ଆରମ୍ଭ ହୋଇଥାଏ, ଦିନେ ତାହା ବନ୍ଦ ମଧ୍ୟ ହୋଇଥାଏ। ଏହି ସମୟରେ ମହିଳାମାନଙ୍କର ବିଭିନ୍ନ ଶାରୀରିକ ଓ ମାନସିକ ଜଟିଳତାର ସମ୍ମୁଖୀନ ହୋଇଥାଆନ୍ତି।

ଆସନ୍ତୁ, ଏହି ସମୟରେ ହେଉଥିବା ଲକ୍ଷଣକୁ ଜାଣିବା ଏବଂ ଏହାର ପରିଚାଳନା କରିବା ବିଷୟରେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ବୀଣା ପଣ୍ଡାଙ୍କଠାରୁ ଜାଣିବା।

ପିରିୟଡ୍‌ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍‌ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।

ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍‌ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍।

Tags: #mhday2024 #periodfriendlyworld #Menopause #PostMenopausalCare #DietduringPeriods #worldmenstrualhygieneday #OdiaHealthTips

Comment