ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

‘‘ଜଣେ କିଶୋରୀଙ୍କୁ ୠତୁସ୍ରାବ ବିଷୟରେ ଘରୁ ଶିକ୍ଷା ମିଳିବା ଆବଶ୍ୟକ। ତା’ହେଲେ ଝିଅଟିଏ ୠତୁସ୍ରାବ କ’ଣ, ପରିଚ୍ଛନ୍ନତା କାହିଁକି ଜରୁରୀ ଏ ବାବଦରେ ସଚେତନ ହୋଇପାରିବ। ସେମାନେ ପିରିୟଡସକୁ ନେଇ ଲାଜ କିମ୍ବା ଅସହଜ ମନେ କରିବେ ନାହିଁ‘‘, କହିଛନ୍ତି ସାମ୍ବାଦିକ ସ୍ୱସ୍ତିକା ପଣ୍ଡା।

ପିରିୟଡ୍‌ସ ସମୟରେ ସ୍ଵଚ୍ଛତା ପ୍ରତି ଧ୍ୟାନ ଦେବା ତଥା ପିରିୟଡ୍‌ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଲାଗି ପ୍ରତି ବର୍ଷ ମେ’ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।

ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍‌ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍।

Tags: #mhday2024 #periodfriendlyworld #Menopause #PeriodsStigma #worldmenstrualhygieneday #OdiaHealthTips

Comment