ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ୨୦୨୪ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଦିନକ ପୂର୍ବରୁ ବିଧାନସଭା ଭଙ୍ଗ ହୋଇଛି। ଏନେଇ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ କ୍ୟାବିନେଟ ବୈଠକ ହୋଇଥିଲା। ଏଥିରେ ବିଧାନସଭା ଭଙ୍ଗ ପାଇଁ ଅନୁମୋଦନ କରାଯାଇଥିଲା। ଏନେଇ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଥିଲା।

ତେବେ ଓଡ଼ିଶାରେ ନୂଆ ସରକାର ଗଢ଼ା ହେବା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵରେ ରହିବେ। ଫଳାଫଳ ଆସିବା ପରେ ରାଜ୍ୟରେ ସର୍ବାଧିକ ଆସନ ପାଇଥିବା ଦଳକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବେ।

Tags: #OdishaAssembly #GovernorofOdisha #RaghubarDas #CMNaveenPatnaik #Odisha

Comment