ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ସକାଳୁ ରାଜ୍ୟର ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ଲୋକସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ରାଉଣ୍ଡରେ ଅନେକ ସ୍ଥାନରେ ବିଜେପି ପ୍ରାର୍ଥୀ ଆଗରେ ଥିବା ଦେଖିବାକୁ ମିଳିଛି।

ସକାଳ ସାଢ଼େ ୧୦ଟା ସୁଦ୍ଧା ଓଡ଼ିଶା ବିଧାନସଭାର ୪୫ଟି ଆସନ ଲାଗି ପ୍ରଥମ ରାଉଣ୍ଡ ଚିତ୍ର ସାମ୍ନାକୁ ଆସିଛି। ତା’ ଭିତରେ ବିଜେପି ପ୍ରାୟ ୨୫ଟି ଆସନରେ ଆଗୁଆ ଚାଲିଛି। ବିଜେଡି ୧୫ଟି ସିଟରେ ଆଗରେ ରହିଛି। କଂଗ୍ରେସ ୩ଟି ଆସନରେ ପଛରେ ଥିବା ଜଣାପଡ଼ିଛି।

ସେହିପରି ଲୋକସଭା ଫଳାଫଳରେ ପ୍ରଥମ ରାଉଣ୍ଡରେ ବିଜେପି ଆଗରେ ରହିଛି। ୧୫ଟି ଆସନରୁ ଚିତ୍ର ଆସିଛି। ତା’ ଭିତରେ ୧୨ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି। ଗୋଟିଏ ଆସନରେ ବିଜେଡି ଆଗରେ ରହିଛି। ସେହିପରି କଂଗ୍ରେସ ଗୋଟିଏ ଆସନରେ ଆଗରେ ଚାଲିଛି।

(ବିଶେଷ ସୂଚନା: ସକାଳ ୯ଟା ୪୫ ସୁଦ୍ଧା ଆସିଥିବା ତଥ୍ୟ ଅନୁଯାୟୀ)

OdishaElections2024 #CountingUpdate #Elections2024 #IndiaVotes #OdishaAssembly2024 #CountingNews

LEAVE A REPLY

Please enter your comment!
Please enter your name here