ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସାରା ରାଜ୍ୟରେ ଏଥର ବିଜେପିର ଲହର। କିନ୍ତୁ ରାଉରକେଲାରେ ହାରି ଯାଇଛନ୍ତି ବିଜେପି ହେଭିୱେଟ ନେତା ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କୁ ପରାଜିତ କରିଛନ୍ତି ବିଜେଡି ଭେଟେରାନ୍ ସାରଦା ପ୍ରସାଦ ନାୟକ।
୨୦୧୪ରେ ରାଉରକେଲା ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦିଲ୍ଲୀପ। କିନ୍ତୁ ୨୦୧୯ରେ ସେ ଦଳଠାରୁ ଦୂରେଇ ରହିଥିଲେ। ପୁଣି ୨୦୨୪ରେ ପଦ୍ମ ଫୁଲ ଚିହ୍ନରେ ନିର୍ବାଚନ ଲଢୁଥିଲେ ଦିଲ୍ଲୀପ ରାୟ। ଏଥର ସେ ସାରଦାଙ୍କଠାରୁ ୩ ହଜାର ୫୧୯ ଭୋଟରେ ହାରି ଯାଇଛନ୍ତି।
ଚଳିତ ନିର୍ବାଚନରେ ଦିଲ୍ଲୀପ ରାୟଙ୍କୁ ମୋଟ ୬୧ ହଜାର ୧୦୮ ଭୋଟ ମିଳିଛି। ଅନ୍ୟପକ୍ଷରେ ବିଜୟୀ ପ୍ରାର୍ଥୀ ସାରଦା ୬୪ ହଜାର ୬୬୦ ଭୋଟ ପାଇଛନ୍ତି।
ରାଉରକେଲାରେ କଂଗ୍ରେସ ବୀରେନ୍ଦ୍ରନାଥ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। ସେ ମୋଟ ୮ ହଜାର ୭୫୧ ଭୋଟ ପାଇଛନ୍ତି।
Tags: #Politics #OdishaPolitics #OdishaElections2024 #GeneralElection2024 #DillipRay #RourkelaAssemblyElection #Elections2024 #IndiaVotes #OdishaAssembly2024