ଓଡ଼ିଶାଲାଇଭ୍ ବ୍ୟୁରୋ

ସକାଳ ୧୦ଟା ସୁଦ୍ଧା ଆସିଥିବା ଭୋଟ ଗଣତି ଚିତ୍ର ଅନୁଯାୟୀ, ରାଜ୍ୟର ବିଭିନ୍ନ ଲୋକସଭା ଆସନରେ ବିଜେପି ଆଗରେ ରହିଛି। ବିଶେଷକରି, ବିଜେପି ଓ ବିଜେଡି ମଧ୍ୟରେ ବେଶ୍ ବ୍ୟବଧାନ ଦେଖିବାକୁ ମିଳୁଛି।

୨୧ଟି ଲୋକସଭା ଆସନ ମଧ୍ୟରୁ ୨୦ଟିର ପ୍ରାଥମିକ ଚିତ୍ର ସାମ୍ନାକୁ ଆସିଛି। ତା’ ଭିତରୁ ୧୬ଟି ଆସନରେ ଭାରତୀୟ ଜନତା ପାର୍ଟି ଆଗରେ ରହିଛି। ଦୁଇ ଦୁଇଟି ଆସନରେ ବିଜେଡି ଓ କଂଗ୍ରେସ ଆଗରେ ରହିଛନ୍ତି।

ଚର୍ଚ୍ଚିତ ସମ୍ବଲପୁର ଲୋକସଭା ଆସନରେ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ପ୍ରଣବ ପ୍ରକାଶ ଦାସଙ୍କଠାରୁ ଆଗରେ ଅଛନ୍ତି।

ସକାଳୁ ସକାଳୁ ଆସିଥିବା ଟ୍ରେଣ୍ଡ ଅନୁଯାୟୀ, ବିଭିନ୍ନ ଲୋକସଭା ଆସନରେ ବିଜେପି ପ୍ରାର୍ଥୀମାନେ ଆଗରେ ଅଛନ୍ତି। ପୁରୀରେ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା, ବାଲେଶ୍ୱରରେ ପ୍ରତାପ ଷଡ଼ଙ୍ଗୀ, ବଲାଙ୍ଗୀରରେ ସଙ୍ଗୀତା ସିଂହଦେଓ, ସୁନ୍ଦରଗଡ଼ରେ ଜୁଏଲ ଓରାମ, ବରଗଡ଼ରେ ପ୍ରଦୀପ ପୁରୋହିତ ଏବଂ ଢେଙ୍କାନାଳରେ ରୁଦ୍ର ପାଣି ଆଗୁଆ ଅଛନ୍ତି।

ସେହିପରି କେନ୍ଦୁଝରରେ ଅନନ୍ତ ନାୟକ, ଜଗତସିଂହପୁରରେ ଅନନ୍ତ ନାୟ ଏବଂ ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ ଆଗରେ ଚାଲିଛନ୍ତି।

କନ୍ଧମାଳରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଏବଂ ଆସିକା ଆସନରେ ରଞ୍ଜିତା ସାହୁ ଆଗରେ ଅଛନ୍ତି।

କୋରାପୁଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଏବଂ ନବରଙ୍ଗପୁର ଆସନରେ ଭୁଜବଳ ମାଝି ଆଗରେ ଅଛନ୍ତି।

(ବିଶେଷ ସୂଚନା: ସକାଳ ୧୦ଟା ୧୦ ସୁଦ୍ଧା ଆସିଥିବା ତଥ୍ୟ ଅନୁଯାୟୀ)

Tags: #OdishaElections2024 #CountingUpdate #Elections2024 #IndiaVotes #OdishaAssembly2024 #CountingNews

LEAVE A REPLY

Please enter your comment!
Please enter your name here