ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବାରବାଟୀ-କଟକ ବିଧାନସଭା ଆସନରେ ଏଥର ରୋଚକ ଚିତ୍ର ଦେଖିବାକୁ ମିଳିଛି। ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ବିଜୟୀ ହୋଇଛନ୍ତି। ସେ ତାଙ୍କ ବାପା ମହମ୍ମଦ ମୋକିମଙ୍କ ଗଡ଼କୁ ବଜାୟ ରଖିଛନ୍ତି।

୨୦୧୯ରେ ବାରବାଟୀ-କଟକ ଆସନରୁ କଂଗ୍ରେସ ଟିକେଟରେ ଲଢ଼ି ମହମ୍ମଦ ମୋକିମ ବିଜୟୀ ହୋଇଥିଲେ। ସେତେବେଳେ କଟକ ଜିଲ୍ଲାରେ ସବୁ ବିଧାନସଭା ଆସନ ବିଜେଡି କବ୍ଜାରେ ରହିଥିଲା। କେବଳ ବାରବାଟୀ-କଟକ ଆସନ କଂଗ୍ରେସ ଖାତାକୁ ଆସିଥିଲା।

୨୦୨୪ ନିର୍ବାଚନରେ ମୋକିମ ଅଦାଲତରୁ ଝଟକା ପାଇଥିଲେ। ତେଣୁ, ମୋକିମ ନିର୍ବାଚନ ନ ଲଢ଼ି ଝିଅ ସୋଫିଆ ଫିର୍ଦୋଶଙ୍କୁ ମଇଦାନକୁ ପଠାଇଥିଲେ। ସୋଫିଆ ଏଥର ୫୩ ହଜାର ୩୩୯ ଭୋଟ ପାଇ ବିଜୟୀ ହୋଇଛନ୍ତି।

ସେହିପରି ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ୪୫ ହଜାର ୩୩୮ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବିଜେଡିର ପ୍ରକାଶ ଚନ୍ଦ୍ର ବେହେରା ୪୦ ହଜାର ୩୫ଟି ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି।

Tags: #Politics #OdishaPolitics #OdishaElections2024 #GeneralElection2024 #Elections2024 #IndiaVotes #OdishaAssembly2024

LEAVE A REPLY

Please enter your comment!
Please enter your name here