ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଝାରସୁଗୁଡ଼ାରେ ଏଥର ଦେଖିବାକୁ ମିଳିଛି କଡ଼ା ଟକ୍କର। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଜୋରଦାର ଫାଇଟ୍ ଦେଇଛନ୍ତି ବିଜେପିର ଟଙ୍କଧର ତ୍ରିପାଠୀ। ମାତ୍ର ୧୩୩୩ ଭୋଟ ବ୍ୟବଧାନରେ ଏହି ଆସନକୁ କବ୍ଜା କରିଛନ୍ତି ଟଙ୍କଧର।

ଦୀର୍ଘ ଦିନ ଧରି ଝାରସୁଗୁଡ଼ା ନବ ଦାସଙ୍କ ଗଡ଼ ଭାବେ ଥିଲେ। ତାଙ୍କ ହତ୍ୟା ଘଟଣା ପରେ ପରେ ନବଙ୍କ ଝିଅ ଦୀପାଳି ରାଜନୀତିରେ ପ୍ରବେଶ କରିଥିଲେ। ଉପନିର୍ବାଚନରେ ଦୀପାଳି ଝାରସୁଗୁଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୨୦୨୪ ନିର୍ବାଚନରେ ଟଙ୍କଧରଙ୍କଠାରୁ ହାରି ଯାଇଛନ୍ତି ଦୀପାଳି। ଟଙ୍କଧର ତ୍ରିପାଠୀ ମୋଟ ୯୧ ହଜାର ୧୦୫ ଭୋଟ ପାଇଥିବା ବେଳେ ଦୀପାଳିଙ୍କୁ ମିଳିଛି ୮୯ ହଜାର ୭୭୨ ଭୋଟ।

ଝାରସୁଗୁଡ଼ାରେ ତୃତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ। ତାଙ୍କୁ ୫ ହଜାର ୭୭୫ ଭୋଟ।

Tags: #Politics #OdishaPolitics #OdishaElections2024 #GeneralElection2024 #Elections2024 #IndiaVotes #OdishaAssembly2024

Comment